ଜୀବନ ଯୁଦ୍ଧରେ ହାରିଗଲେ କୋଭିଡ ଯୋଦ୍ଧା : କଟକ କୋଭିଡ କଣ୍ଟ୍ରୋଲ ରୁମ ଇନଚାର୍ଜଙ୍କ ମୃତ୍ୟୁ ; ୧୫ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ 

13,213
କନକ ବ୍ୟୁରୋ : କଟକରେ କରୋନା ଯୋଦ୍ଧାଙ୍କ ପରଲୋକ । ପ୍ରଥମ ଥର ପାଇଁ କଟକରେ ସିଏମସିର ଜଣେ ବଡ ଅଧିକାରୀଙ୍କ ମୁଣ୍ଡ ନେଇଛି କରୋନା । କୋଭିଡ୍ କଂଟ୍ରୋଲ ରୁମ୍ ଇନଚାର୍ଜଙ୍କର କରୋନା ସଂକ୍ରମଣରେ ଆଜି ମୃତ୍ୟୁ ହୋଇଛି । ମୃତ ସିଏମସି ଅଧିକାରୀ ହେଉଛନ୍ତି ବିଶ୍ୱନାଥ ଲେଙ୍କା । କରୋନା ଡ୍ୟୁଟିରେ ଥିବା ବେଳେ ସେ କରୋନା ଭୂତାଣୁର ସଂକ୍ରମିତ ହୋଇଥିଲେ ।
ଗତ ୧୫ ଦିନ ଧରି ସେ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସାଧୀନ ରହିଥିଲେ । ଆଜି ତାଙ୍କର ପରଲୋକ ଘଟିଛି । ତାଙ୍କର ଅକାଳ ବିୟୋଗ ସିଏମସି ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।