ଔଷଧ ବାଣ୍ଟିବାବେଳେ ଟଳିପଡିଲେ କରୋନା ଯୋଦ୍ଧା । ଖୋର୍ଦ୍ଧା ଦୁର୍ଗାପୁରର ଆଶାକର୍ମୀଙ୍କ ମୃତ୍ୟୁ, ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ କଲେ ଆଶାକର୍ମୀଙ୍କ ସ୍ୱାମୀ ।

594

କନକ ବ୍ୟୁରୋ: ସେବା ଯୋଗାଇବା ବେଳେ ଟଳିପଡିଲେ କରୋନା ଯୋଦ୍ଧା । ଖୋର୍ଦ୍ଧା ଜିଲ୍ଲାରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି । ଲୋକଙ୍କ ସଚେତନ କରାଇବା ସହ ଔଷଧ ବାଂଟିବା ବେଳେ ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଓରବରସିଂ ପଂଚାୟତ ଦୁର୍ଗାପୁରର ଆଶା କର୍ମୀଙ୍କୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଆଶାକର୍ମୀଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, ପୂର୍ବରୁ କରୋନା ଲଢ଼େଇରେ ଜୀବନକୁ ବାଜି ଲଗାଇ ସେବା ଯୋଗାଉଥିବା ସମସ୍ତଙ୍କୁ ଜଣେ ଜଣେ ଯୋଦ୍ଧା ଭାବେ ମର୍ଯ୍ୟାଦା ଦେଇଛନ୍ତି ରାଜ୍ୟ ସରକାର । ଏପରିକି ସେମାନେ ଯୁଦ୍ଧ କରୁଥିବାବେଳେ ଯଦି ତାଙ୍କର ମୃତ୍ୟୁ ହୁଏ ତେବେ ସେମାନଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଖୋର୍ଦ୍ଧାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପରିବାରକୁ କ୍ଷତିପୂରଣ ଶୀଘ୍ର ମିଳିବା ନେଇ ଆଶା କରୁଛୁ ।