ସଚେତନ କଲା ବେଳେ କାନ୍ଦି ପକାଇଲେ କରୋନା ଯୋଦ୍ଧା: କରୋନା ସଚତନତା ସଂପର୍କରେ ଲୋକଙ୍କୁ ବୁଝାଉ ବୁଝାଉ ଭାବବିହ୍ୱଲ ହେଲେ ମୋହନା ତହସିଲଦାର

428

କନକ ବ୍ୟୁରୋ: କରୋନା ସଚେତନତା ସଂପର୍କରେ ଲୋକଙ୍କୁ ବୁଝାଉ ବୁଝାଉ ଭାବ ବିହ୍ୱଲ ହେଲେ ତହସିଲଦାର । ଲୋକଙ୍କୁ କରୋନା ସଂକ୍ରମଣରୁ କିପରି ନିଜକୁ ସୁର କ୍ଷିତ ରଖିବେ କହିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ଦେଖି କାନ୍ଦି ପକାଇଲେ ଆଗ ଧାଡିର କରୋନା ଯୋଦ୍ଧା । ଗଜପତି ଜିଲ୍ଲା ମୋହନା ବଜାର ସଚଡାଉନ ଚାଲିଥିବା ବେଳେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ସେହି କରୋନା ଯୋଦ୍ଧା ହେଉଛନ୍ତି ମୋହନାର ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ । ସଟଡାଉନ କଟକଣା ଲାଗୁ ସମୟରେ ଲୋକଙ୍କୁ ବୁଝାଇବା ବେଳେ ତାଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ଲୋକଙ୍କୁ ବୁଝାଉ ବୁଝାଉ କାନ୍ଦି ପକାଇଥିଲେ ମ୍ୟାଡମ । ଗତ କିଛି ଦିନ ହେଲା ମୋହନା ଅଂଚଳରେ ଅହେତୁକ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଗୁରୁବାର ୫ ଜଣ କରୋନା ପଜିଟିଭ ବାହାରିବା ପରେ ମୋହନାକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ତେବେ ବାରମ୍ବାର ସଚେତନତା ସତ୍ୱେ ଜନସାଧାରଣ ସରକାରୀ କଟକଣା ମାନୁନଥିବା ଦେଖିବାକୁ ମିଳିଛି । ସେପଟେ କରୋନା ଯୋଦ୍ଧା ମାନେ ଦିନ ରାତକୁି ଏକ କରି ଜୀବନକୁ ବାଜି ଲଗାଇ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ହେଲେ ଲୋକଙ୍କ ଜୀବନ ପ୍ରତି ବିପଦ ଥିଲେ ବି ଅମାନିଆ ଭାବେ ଖାନଖିଆଲି କାଯ ର୍୍ୟ କଳାପ ଚାଲିଛି । ଯାହା ଫଳରେ ସଂକ୍ରମିତଙ୍କ ସଂଖ୍ୟାା ବଢିବାରେ ଲାଗିଛି । ତେବେ ଏହି ବିଡିଓଙ୍କ କାନ୍ଦିବା ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଡେଇଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।