ଭୂତାଣୁକୁ ମାତ ଦେଲେ କରୋନା ଯୋଦ୍ଧା: ସୁସ୍ଥ ହେବା ପରେ ପୁଣି ଫେରିଲେ କର୍ମ କ୍ଷେତ୍ରକୁ; ଡ୍ୟୁଟି କରିବା ବେଳେ କରୋନା ସଂକ୍ରମିତ ହୋଇଥିଲେ ଗଂଜାମ ଗୋପାଳପୁର ଥାନାର ୪ ଜଣ ପୁଲିସ

298

କନକ ବ୍ୟୁରୋ: କରୋନାକୁ ମାତ୍ ଦେଲେ ୪କରୋନା ଯୋଦ୍ଧା । ଗଂଜାମ ଜିଲ୍ଲା ଗୋପାଳପୁର ଥାନାରୁ ଚିହ୍ନଟ ହୋଇଥିବା ୪ଯୋଦ୍ଧା ସୁସ୍ଥ ହୋଇ ପୁଣି ଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଉ କାର୍ଯ୍ୟରେ ଯୋଗଦେବା ପରେ ଏହେଉଛି ଯୋଦ୍ଧାଙ୍କୁ ସମ୍ମାନର ଚିତ୍ର । ଖୋଦ ଗୋପାଳପୁର ଥାନା ଅଧିକାରୀ ଓ ଥାନାର ସମସ୍ତ କର୍ମଚାରୀ ଏହି ଯୋଦ୍ଧାଙ୍କୁ ସମ୍ମାନ ପୂର୍ବକ ସ୍ୱାଗତ କରିଛନ୍ତି ।

ତାଳି ମାରି ଓ ଫୁଲ ଦେଇ ଏହି ଯୋଦ୍ଧାଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ସ୍ୱାଗତ କରାଯାଇଛି । କରୋନା ଯୋଦ୍ଧା କୋଭିଡ-୧୯କୁ ମାତ୍ ଦେଇ ପୁଣି ଥରେ କାର୍ଯ୍ୟରେ ଯୋଗଦେବା ଏବଂ ଥାନାରେ ତାଙ୍କୁ ଏପରି ସମ୍ମାନ ଦେଇ ସ୍ୱାଗତ କରିବା ଅନ୍ୟ କରୋନା ଯୋଦ୍ଧାଙ୍କ ମନୋବଳ ବଢାଇବ ।