କରୋନା ଯୋଦ୍ଧାଙ୍କ କରୁଣ କାହାଣୀ: ମୃତ୍ୟୁ ପରେ ବି କରୋନା ସନ୍ଦେହରେ ଶବ ପାଖ ମାଡୁ ନାହାଁନ୍ତି ପରିବାର ସଦସ୍ୟ; ପଡି ରହିଛି ଭଞ୍ଜନଗର କୋର୍ଟ ଏଏସଆଇ ରବୀନ୍ଦ୍ର ନାଥ ବେହେରାଙ୍କ ମୃତ ଦେହ

୪ଦିନ ଧରି ଥଣ୍ଡା ଜରରେ ଥିଲେ ଆକ୍ରାନ୍ତ

272

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କ କରୁଣ କାହାଣୀ । ଗଂଜାମ ଭଂଜନଗର କୋର୍ଟ ଏଏସଆଇ ରବୀନ୍ଦ୍ର ନାଥ ବେହେରାଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ କେହି ପାଖ ମାଡୁନାହାନ୍ତି । ତାଙ୍କ ପରିବାର ଲୋକ ବି ଶବକୁ ଛୁଉଁନାହାନ୍ତି । ଫଳରେ ମୃତଦେହ ପଡିରହିଛି ।

ତେବେ ୪ ଦିନ ହେବ ସେ ଥଣ୍ଡା ଜ୍ୱରରେ ପୀଡିତ ଥବା ବେଳେ କୋଦଳା ମେଡିକାଲକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ଅଧିକ ଅସୁସ୍ଥ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଛି । କରୋନା ସନ୍ଦେହରେ ତାଙ୍କ ଶବକୁ କେହି ଛୁଇଁନଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରାଯାଇନି । ସେ ପୂର୍ବରୁ କୋଦଳା ଥାନାରେ ମଧ୍ୟ କାମ କରୁଥିଲେ ।

ଅନ୍ୟପଟେ, ପୋଲସରା ନୂଆପଲ୍ଲୀରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେ ଥଣ୍ଡା ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ପୁଅ ବାହାରେ ରହୁଥିବାରୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର ପାଇଁ କରୋନା ସନ୍ଦେହରେ ଗ୍ରାମବାସୀ ମାନେ ପାଖକୁ ଆସିନଥିଲେ । ଶେଷରେ ସରପଂଚ, ଦୂର ସଂପର୍କୀୟ ମିଶି ଅନ୍ତିମ ସଂସ୍କାର କରିଥିଲେ ।