ଓଡ଼ିଶାର ସଂକ୍ରମଣ ହାରକୁ ନେଇ ବିଶେଷଜ୍ଞଙ୍କ ଆକଳନ । ସପ୍ତାହେ ପରେ ଆରମ୍ଭ ହୋଇପାରେ ଦୈନିକ ସଂକ୍ରମଣରେ ହ୍ରାସ । ୧୮ ପ୍ରତିଶତକୁ ଖସିଛି ପଜିଟିଭିଟି ରେଟ୍ ।

253

କନକ ବ୍ୟୁରୋ: ରାଜ୍ୟରେ ଦୁଇଦିନ ପରେ ଦୈନିକ ସଂକ୍ରମଣ ପୁଣି ୧୧ ହଜାର ଟପିଛି । ହେଲେ ୬୦ ହଜାର ୫୧୦ ନମୂନା ପରୀକ୍ଷାରେ ପଜିଟିଭ ହାର ୧୮.୩୪ ପ୍ରତିଶତ ରହିଛି । କିନ୍ତୁ ଉଦବେଗର ବିଷୟ ହେଲା, ଗତ ୨୪ ଘଂଟାରେ ପୁଣି ୨୧ ଜଣ କରୋନାରେ ଆଖି ବୁଜିଛନ୍ତି । ୧୪ଟି ଜିଲ୍ଲାରୁ ୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେବଳ ମେ ମାସରେ ୩୩୫ ଜଣ ପ୍ରାଣ ହରାଇଲେଣି ।

         ରାଜ୍ୟରେ ୭ ଦିନର କରୋନା ସ୍ଥିତି

        ତାରିଖ         ସଂକ୍ରମିତ      ପଜିଟିଭ ହାର       ମୃତ

  • ୧୯ ମେ        ୧୧,୦୯୯    ୧୮.୩୪         ୨୧
  • ୧୮ ମେ       ୧୦,୩୨୧     ୧୮.୨୦         ୨୨
  • ୧୭ ମେ       ୧୦,୭୫୭     ୧୮.୪୦        ୨୨
  • ୧୬ ମେ       ୧୧,୭୩୨     ୨୦.୬୩       ୧୯
  • ୧୫ ମେ       ୧୧,୮୦୫     ୨୦.୮୫        ୨୧
  • ୧୪ ମେ       ୧୨,୩୯୦     ୨୨.୦୪      ୨୨
  • ୧୩ ମେ       ୧୦,୬୪୯     ୨୦.୬୯      ୧୯

ବିଶେଷଜ୍ଞ ଡାକ୍ତରଙ୍କ ମତରେ ରାଜ୍ୟରେ ୧୪ ଦିନିଆ ଲକଡାଉନର ପ୍ରଭାବ ଅନୁଭୂତ ହେଉଛି । ସଂକ୍ରମଣ ଏକ ପ୍ରକାର ସ୍ଥିର ସ୍ଥିତିରେ ରହିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଆଗାମୀ ୭ରୁ ୧୦ ଦିନରେ ପୁଣି କ୍ରମାନ୍ୱୟରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାର ସମ୍ଭାବନା ରହିଛି । ବଡ କଥା ହେଉଛି ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ୨୨ରୁ ୨୦ ଓ ଏବେ ୧୮ ପ୍ରତିଶତକୁ ଖସି ଆସିଛି ।

ସେପଟେ ଗତ ୩ ଦିନ ହେଲା ଦେଶରେ ୩  ଲକ୍ଷ ତଳକୁ ରହିଛି କରୋନା ସଂକ୍ରମଣ । ହେଲେ ବୁଧବାର ମୃତ୍ୟୁର ଅଲୋଡା ରେକର୍ଡ କରିଛି ଭାରତ । କରୋନା ସଂକ୍ରମଣ ଆରମ୍ଭ ହେବା ଦିନରୁ ପ୍ରଥମଥର ପାଇଁ ଗୋଟିଏ ଦିନରେ ସାଢେ ୪ ହଜାରରୁ ଅଧିକ ମୃତ୍ୟୁ ହୋଇଛି । ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୬୭ ହଜାର ୩୩୪ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ, ୪ ହଜାର ୫୨୯ ଜଣଙ୍କ ମୃତ୍ୟୁ ହୋଇଛି ।

               ୩ ଦିନରେ ଦେଶରେ କରୋନା ସ୍ଥିତି

           ତାରିଖ                   ଆକ୍ରାନ୍ତ                  ମୃତ

  • ୧୯-୦୫-୨୦୨୧    ୨,୮୩,୨୪୮    ୪,୫୨୯
  • ୧୮-୦୫-୨୦୨୧    ୨,୬୩,୫୩୩    ୪,୩୨୯
  • ୧୭-୦୫-୨୦୨୧    ୨,୮୧,୩୮୬   ୪,୧୦୬

ବିଭିନ୍ନ ରାଜ୍ୟରେ ଲକଡାଉନ ଓ ସଟଡାଉନର ପ୍ରଭାବ ଦେଖିବାକୁ ମିଳୁଛି । ସେଥିପାଇଁ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି । ଯେହେତୁ ଗାଁକୁ ସଂକ୍ରମଣ ବ୍ୟାପୁଛି ଏବଂ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତିଭୂମି ଦୁର୍ବଳ ଥିବାରୁ ମୃତ୍ୟୁ ମାମଲା ବଢୁଥିବା କୁହାଯାଉଛି । ମେ ୬ ତାରିଖରେ ୪ ଲକ୍ଷ ୧୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବୁଧବାର ଏଥିରେ ୪୦ ପ୍ରତିଶତ ହ୍ରାସ ଦେଖାଯାଇଛି । ତଥାପି ଦୈନିକ ସଂକ୍ରମଣ ଦୃଷ୍ଟିରୁ ଭାରତ ଢେର ଆଗରେ ରହିଛି ।

ଦୈନିକ ସଂକ୍ରମଣରେ ଭାରତ ବହୁ ଆଗରେ

  • ୪୦ ହଜାର ୯୪୧ ଦୈନିକ ସଂକ୍ରମଣ ସହ ବ୍ରାଜିଲ ବିଶ୍ୱରେ ଦ୍ୱିତୀୟ
  • ଆମେରିକାରେ ଗୋଟିଏ ଦିନରେ ମାତ୍ର ୧୭ ହଜାର ୯୮୪ ସଂକ୍ରମିତ
  • ଡବ୍ଲୁଏଚଓ ଅନୁସାରେ ଆର୍ଜେଂଟିନାରେ ୧୬,୩୫୦ ମାମଲା ଚହ୍ନଟ
  • କଲମ୍ବିୟାରେ ଗୋଟିଏ ଦିନରେ ୧୫, ୦୯୩ ସଂକ୍ରମିତ ଚିହ୍ନଟ
  • ବିଶ୍ୱର ଅନ୍ୟ କୌଣସି ଦେଶରେ ୧୫ ହଜାରରୁ ଅଧିକ ମାମଲା ଆସିନାହିଁ