ଘରେ ବି ପିନ୍ଧନ୍ତୁ ମାସ୍କ । ବାୟୁରେ କରୋନା ଭୂତାଣୁ ବ୍ୟାପୁଥିବା ନେଇ ମିଳିଲା ଠୋସ ପ୍ରମାଣ । ରିପୋର୍ଟ କହିଲା, ସାରା ବିଶ୍ୱରେ ନୀରବରେ ବ୍ୟାପୁଛି କରୋନା ।

Advertisment
ଘରେ ବି ପିନ୍ଧନ୍ତୁ ମାସ୍କ । ବାୟୁରେ କରୋନା ଭୂତାଣୁ ବ୍ୟାପୁଥିବା ନେଇ ମିଳିଲା ଠୋସ ପ୍ରମାଣ । ରିପୋର୍ଟ କହିଲା, ସାରା ବିଶ୍ୱରେ ନୀରବରେ ବ୍ୟାପୁଛି କରୋନା ।

କନକ ବ୍ୟୁରୋ: ବର୍ତମାନ କରୋନା ସଂକ୍ରମଣକୁ ନେଇ ଏପରି କିଛି ରିପୋର୍ଟ ଆସିଛି, ଯାହା ଆପଣଙ୍କୁ ବି ଚିନ୍ତା କରିବାକୁ ବାଧ୍ୟ କରିଦେବ । ବର୍ଷେରୁ ଅଧିକ ହୋଇଗଲାଣି, କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଜାରି ରଖିଛି । ଏବେ ଆମ ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ଏହି ସମୟରେ କରୋନା ସଂକ୍ରମଣକୁ ନେଇ ମେଡିକାଲ୍ ଜର୍ଣ୍ଣାଲ ଲାନସେଟ୍ ଏକ ରିପୋର୍ଟ ପ୍ରକାଶ କରିଛି । ଏଥିରେ କୁହାଯାଇଛି , କରୋନା ଭୂତାଣୁ ବାୟୁ ମାଧ୍ୟମରେ ବି ସଂକ୍ରମିତ ହୋଇଥାଏ ।

ବିଶ୍ୱର ସୁନାମଧନ୍ୟ ମେଡିକାଲ ଜର୍ଣ୍ଣାଲ ଲାନସେଟ୍ରେ କରୋନା ସଂକ୍ରମଣକୁ ନେଇ ଆସିଛି ଏକ ନୂଆ ତଥ୍ୟ । ଏଥିରେ କୁହାଯାଇଛି କରୋନା ସଂକ୍ରମଣ ବାୟୁ ମାଧ୍ୟମରେ ମଧ୍ୟ ସଂକ୍ରମିତ ହୋଇଥାଏ । ଅର୍ଥାତ୍ ପବନରେ ବି କରୋନା ଭୂତାଣୁ ବ୍ୟାପିପାରେ । କୋଭିଡ ୧୯ ବା ସାର୍ସ କୋଭ୍ ୨ ଭୂତାଣୁକୁ ନେଇ ଗବେଷଣା କରୁଥିବା ଟିମ୍ର ରିପୋର୍ଟ ଅନୁସାରେ ଏହା ବାୟୁମାଧ୍ୟମରେ ମଧ୍ୟ ସଂକ୍ରମିତ ହୋଇଥାଏ । ଏହାର ଯଥେଷ୍ଟ ପ୍ରମାଣ ଥିବା ଦାବି କରିଛନ୍ତି ଗବେଷକ ।

କୋଅପରେଟିଭ୍ ଇନଷ୍ଟିଚ୍ୟୁଟ ଫର ରିସର୍ଚ୍ଚର କେମିକାଲର ଜୋସ୍ ଲୁଇସ ଜିମେନଜଡଙ୍କ ସହିତ ଆମେରିକା , ବ୍ରିଟେନ ଓ କାନାଡାର ୬ ଜଣ ବିଶେଷଜ୍ଞ ଏହି ଅନୁଧ୍ୟାନରେ ସାମିଲ ହୋଇଥିଲେ । କୋଭିଡ୍ ଭୂତାଣୁ ବାୟୁ ମାଧ୍ୟମରେ ଅଧିକ ବ୍ୟାପୁଥିବା ପ୍ରମାଣ ମିଳିଥିବା , ଅନୁଧ୍ୟାନ କାରୀ ଟିମ୍ କହିଛି ।

ଲାନସେଟ୍ ରିପୋର୍ଟ

  • ବାହାର ଅପେକ୍ଷା ଘର ଭିତରେ ବି ହେବ ସଂକ୍ରମଣ
  • କାଶ, ଛିଙ୍କ ହେଉ ନଥିବା ବ୍ୟକ୍ତିଠାରୁ ୪୦ ପ୍ରତିଶତ ସଂକ୍ରମଣ ଆଶଙ୍କା
  • ସଂକ୍ରମିତ ବ୍ୟକ୍ତି କଥା ହେଲେ, ଛିଙ୍କିଲେ, ଏପରିକି ନିଶ୍ୱାସ ପ୍ରଶ୍ୱାସ ଜରିଆରେ ବି ବ୍ୟାପିପାରେ ସଂକ୍ରମଣ
  • ନିରବରେ ସାରା ବିଶ୍ୱରେ ବ୍ୟାପୁଛି କରୋନା
  • ଘର ଭିତରେ ବି ମାସ୍କ ପିନ୍ଧିବାକୁ ପରାମର୍ଶ
  • ମାସ୍କ ପିନ୍ଧିବା ସଂକ୍ରମଣ ରୋକିବାରେ ସବୁଠୁ ବଡ଼ ଅସ୍ତ୍ର
  • ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଉଚ୍ଚମାନର ପିପିଇ କିଟ୍ ପିନ୍ଧିବାକୁ ପରାମର୍ଶ

ଯଦି ଲାନସେଟର ରିପୋର୍ଟକୁ ଗ୍ରହଣ କରାଯାଏ, ବାୟୁବାହିତ ସଂକ୍ରମଣକୁ ଏଡାଇବାକୁ ହେଲେ ଆମକୁ ପ୍ରଥମେ ମାସ୍କ ପିନ୍ଧିବାକୁ ପଡିବ, ଭିଡ଼ ଠାରୁ ଦୂରେଇ ରହିବାକୁ ପଡିବ ଏବଂ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡିବ ବୋଲି କହିଛନ୍ତି ବିଶେଷଜ୍ଞ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe