ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଂଘନ : ବରଗଡ଼ ଜିଲ୍ଲା ଗୌରେନମୁଣ୍ଡା ସରପଂଚଙ୍କୁ ଏକ ଲକ୍ଷ ଟଙ୍କାର ଜୋରିମାନା ; କଟକଣା ସତ୍ତ୍ୱେ ବିଡିଓଙ୍କ କାର୍ଯ୍ୟଳୟ ଘେରାଉ କରିଥିଲେ ମାଲବ ସାହୁ 

94

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଂଘନ । ବରଗଡ଼ ଜିଲ୍ଲା ଗୌରେନ ମୁଣ୍ଡା ସରପଂଚଙ୍କୁ ଏକ ଲକ୍ଷ ଟଙ୍କାର ଜୋରିମାନା କରିଛନ୍ତି ବିଡିଓ । କଟକଣା ସତ୍ତ୍ୱେ ବିଡିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ସରଂପଚ ମାଲବ ସାହୁ । ସୂଚନା ଅନୁସାରେ, ବିଗତ ଏକବର୍ଷ ହେବ ଗୌରେନମୁଣ୍ଡା ଗାଁର ଲୋକମାନେ କିରୋସିନ୍ ପାଇବାକୁ ବଂଚିତ ଥିବା ଅଭିଯୋଗ ହୋଇଛି । ଆଉ ଏହାକୁ କେନ୍ଦ୍ରକରି ଗତକାଲି ବିଡିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଗୌରନମୁଣ୍ଡା ଗାଁର ଲୋକେ । ଏଥିରେ ଗାଁର ଶତାଧିକ ରୁଣ୍ଡ ହୋଇଥିଲେ । ଯେଉଁଥିରେ କୋଭିଡ୍ ନିୟମର ଉଲଂଘନ ହୋଇଥିବା ପ୍ରଶାସନ କହିଛି ।