କନକ ବ୍ୟୁରୋ : ଆସନ୍ତା କିଛି ସପ୍ତାହରେ କୋଭିଡ ଟିକାକୁ ମିଳିପାରେ ଅନୁମତି । ଜରୁରୀକାଳିନ ବ୍ୟବହାର ପାଇଁ କୋଭିଡ ଟିକାକୁ ମିଳିପାରେ ଅନୁମତି । ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଟିକା ପାଇଁ ଆବେଦନ କରିଛନ୍ତି । ସେହିପରି ଫାଇଜର ଇଣ୍ଡିଆ ମଧ୍ୟ ଟିକା ପାଇଁ ଆବେଦନ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି ।
ଫାଇଜର ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରେ ଭାରତ ବାୟୋଟେକ୍ ହେଉଛି ତୃତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନି ଯାହା ଭାରତରେ ଏହାର କୋଭିଡ୍ ଟିକା ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା କୋଭାକ୍ସିନ୍ ଟିକା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହେଉଛି ।
ସେହିପରି ବ୍ରିଟେନରେ ଆଜି କୋଭିଡ୍ ମୁକାବିଲାର ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ଟିକା ନେଇଛନ୍ତି ଜଣେ ୯୦ ବର୍ଷୀୟା ବୃଦ୍ଧା । ବ୍ରିଟେନର ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ୍ କେନାନ୍ଙ୍କୁ ଦିଆଯାଇଛି ଫାଇଜରର ପ୍ରଥମ ଟିକା । ନିକଟରେ ଏହି ଟିକାକୁ ଅନୁମତି ଦେଇଥିଲେ ବ୍ରିଟେନ୍ ସରକାର । କ୍ଲିନିକାଲ୍ ଅନୁମୋଦନ ପରେ ଫାଇଜର ଟିକା ଗ୍ରହଣ କରିବାରେ ଏବେ ମାର୍ଗାରେଟ୍ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/6-10.jpg)