ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ବଡ ନିଷ୍ପତ୍ତି : ଏଣିକି ଦେଶର ସବୁ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟିକା; ସବୁ ରାଜ୍ୟକୁ ଜଣାଇଲା କେନ୍ଦ୍ର

ଟିକାକରଣ ପାଇଁ ଘରୋଇ ହସପିଟାଲରେ ଆବଶ୍ୟକ ସୁବିଧା ଥିବା ଦରକାର

103

କନକ ବ୍ୟୁରୋ : ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ବଡ ନିଷ୍ପତ୍ତି । ଏଣିକି ଦେଶର ସବୁ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟିକା । ଏ ନେଇ କେନ୍ଦ୍ର ସରକାର ସବୁ ରାଜ୍ୟଗୁଡିକୁ ଜଣାଇଦେଇଛନ୍ତି । ତେବେ ଟିକାକରଣ ପାଇଁ ଘରୋଇ ହସ୍ପିଟାଲରେ ଆବଶ୍ୟକ ସୁବିଧା ଥିବା ଦରକାର । ଘରୋଇ ହସ୍ପିଟାଲ ଗୁଡିକ କିପରି ଶତପ୍ରତିଶତ କୋଭିଡ ଟିକାକରଣ ସେଂଟର ଭାବେ କାମ କରିବ ସେଦିଗରେ ଯତ୍ନବାନ ହେବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଯେଉଁ ଘରୋଇ ହସ୍ପିଟାଲ ଗୁଡିକ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା , କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସ୍କିମ ଏବଂ ଷ୍ଟେଟ ହେଲଥ ଇନସୁରାନ୍ସ ସ୍କିମ ଭିତରେ ଆସୁନଥିବେ ସେସବୁ ହସ୍ପିଟାଲରେ ମଧ୍ୟ କୋଭିଡ ଟିକାକରଣ ହୋଇପାରିବ । କିନ୍ତୁ ଏସବୁ ହସ୍ପିଟାଲ ଗୁଡିକରେ ଅଧିକ ପରିମାଣର ଟିକାଦାତା ରହିବା ଦରକାର । ସେହିପରି ଟିକାକରଣ ପ୍ରକ୍ରିୟା ପାଇଁ ସ୍ଥାନ ଥିବା ଦରକାର ଏଥିସହ କୋଲଡ ଚେନ ବ୍ୟବସ୍ଥା ସଠିକ ଭାବେ ହୋଇପାରୁଥିବା ଦରକାର ।