କନକ ବ୍ୟୁରୋ : ଖୋଲା ବଜାରରେ କରୋନା ଟିକା ଉପଲବ୍ଧ ହେବା ପାଇଁ ବାଟ ଫିଟିଛି । କୋଭାକ୍ସିନ୍ ଓ କୋଭାସିଲ୍ଡକୁ ଏ ନେଇ ଅନୁମତି ଦେଇଛି ଭାରତର ସେଂଟ୍ରାଲ ଡ୍ରଗ୍ ଅଥରିଟିର ବିଶେଷଜ୍ଞ କମିଟି । ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅଥରିଟି ଅଫ୍ ଇଣ୍ଡିଆ ଏ ନେଇ ଡିଜିସିଆଇକୁ ସୁପାରିସ୍ କରିଛି । ଏବେ କୋଭାକ୍ସିନ୍ ଓ କୋଭିସିଲ୍ଡ କେବଳ ଜରୁରୀ ବ୍ୟବହାର ପାଇଁ ଅନୁମତି ରହିଛି ।
ସରକାର ଏହାର ନିୟନ୍ତ୍ରଣ କରୁଛନ୍ତି । ଏହି ଷ୍ଟାଟସ୍ ବଦଳାଇବା ପାଇଁ ଡିସିଜିଆଇକୁ ସୁପାରିସ କରିଛି ସେଂଟ୍ରାଲ ଡ୍ରଗ୍ ଅଥରିଟି । ତେବେ ବୟସ୍କଙ୍କ ପାଇଁ ଟିକା ଦେବାକୁ ଏହି ସୁପାରିସ୍ କରାଯାଇଛି । ଡିସିଜିିଆଇ ବା ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଏ ନେଇ ଚୁଡ଼ାନ୍ତ ଅନୁମତି ଦେଲେ ବଜାରରେ ଉପଲବ୍ଧ ହେବ କରୋନା ଟିକା । ଫଳରେ ବୟସ୍କଙ୍କୁ ବୁଷ୍ଟର ଡୋଜ ଦେବା ସହଜ ହେବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/covaxin-vs-covishield-vaccine_1623062399.jpeg)