ଖୋଲା ବଜାରରେ କେବେ ମିଳିବ କରୋନା ଟିକା । ପଢନ୍ତୁ ଏହି ରିପୋର୍ଟ

Advertisment
ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ନୂଆ ପଜିଟିଭ୍, ୨ ହଜାର ୬୧୪ ଜଣଙ୍କ ମୃତ୍ୟ

କନକ ବ୍ୟୁରୋ: ଜରୁରୀକାଳୀନ ବ୍ୟବହାର ପାଇଁ ୨ଟି ଟିକାକୁ ଅନୁମତି ମିଳିବା ପରେ ଗତ ୭ ଦିନ ଭିତରେ ଦେଶରେ ପ୍ରାୟ ୧୪ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।
ତେବେ ଖୋଲା ବଜାରରେ ଏତେ ଶୀଘ୍ର କରୋନା ଟିକା ମିଳିବା ସହଜ ନୁହେଁ । ଜାତୀୟ ଗଣମାଧ୍ୟମକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, କେବେ ଖୋଲା ବଜାରରେ ଟିକା ଉପଲବ୍ଧ ହେବ, ସେଥିପାଇଁ ସମୟ ନିର୍ଦ୍ଧାରଣ କରାଯାଇନାହିଁ । ସରକାର କେବଳ ପ୍ରାଥମିକତା ଭିତିରେ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ୭-୮ ମାସ ସମୟ ଲାଗିଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ମନ୍ତବ୍ୟରୁ ଜଣାପଡୁଛି, ଆସନ୍ତା ୭-୮ ମାସ ମଧ୍ୟରେ ଖୋଲା ବଜାରକୁ ଟିକା ଆସିବା ସମ୍ଭାବନା କମ୍ । କେବଳ କଟକଣା ଭିତିରେ ଟିକା ବ୍ୟବହାର ନେଇ ଡ୍ରଗ୍ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଅନୁମତି ଦେଇଛି । ବଜାରରେ ମୁକ୍ତ ଭାବେ ଟିକା ବିକ୍ରି ହେବା ପାଇଁ ଡିସିଜିଆଇର ଅଲଗା ଅନୁମତି ଆବଶ୍ୟକ ହେବ ।

କେମିତି ମିଳିବ ଅନୁମତି?
ପରୀକ୍ଷଣର ସମସ୍ତ ତଥ୍ୟ ଦେବେ ଟିକା ନିର୍ମାତା
୩ ପର୍ଯ୍ୟାୟ ପରୀକ୍ଷଣରେ ମିଳିଥିବା ତଥ୍ୟକୁ ତର୍ଜମା କରାଯିବ
ଟିକା ନେଇଥିବା ସ୍ୱେଚ୍ଛାସେବୀଙ୍କ ସ୍ୱାସ୍ଥ୍ୟବସ୍ଥା କିଛି ମାସ ଧରି ଯାଂଚ କରାଯିବ
ସମସ୍ତ ସର୍ତ୍ତ ପୂରଣ ହେଲେ ସାର୍ବନଜୀନ ବ୍ୟବହାର ପାଇଁ ମିଳିବ ଅନୁମତି

ସେପଟେ ବିଦେଶକୁ କରୋନା ଟିକା ରପ୍ତାନୀ ପାଇଁ ଅଂଟା ଭିଡିଛନ୍ତି କେନ୍ଦ୍ର ସରକାର । ରପ୍ତାନୀ ପାଇଁ ମାସିକ ୫୦ କୋଟି ଟିକା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । କିଛି ପଡ଼ୋଶୀ ରାଷ୍ଟ୍ରଙ୍କୁ ମାଗଣାରେ ଟିକା ଉପହାର ଦେଇଛି ଭାରତ । ସାଉଦୀ ଆରବକୁ ମଧ୍ୟ କୋଭିଡ୍ ଟିକା ରପ୍ତାନୀ କରାଯାଇଛି । ଅନ୍ୟପଟେ ପଡୋଶୀ ରାଷ୍ଟ୍ର ବାଙ୍ଗଲାଦେଶ, ଭୁଟାନ୍, ନେପାଳ, ମ୍ୟାନମାର, ମାଲଦ୍ୱୀପ ଆଦି ଦେଶକୁ କରୋନା ଟିକା ଭେଟି ଦେଇଛି ଭାରତ । ସେହିପରି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ମରିସସ୍କୁ ମଧ୍ୟ ଭାରତ ଟିକା ଉପହାର ଦେବାକୁ ଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe