କନକ ବ୍ୟୁରୋ: ଆସନ୍ତା ସୋମବାରଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କ ଟିକାକରଣ । ଏଥିପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଲୋକମାନେ ନିଜର ରେଜିଷ୍ଟ୍ରେସନ କରି ସିଡ୍ୟୁଲ କରିବା ପରେ ଟିକାକେନ୍ଦ୍ରକୁ ଯାଇ ଟିକା ନେଇପାରିବେ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ।
ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ସାବାଳକ ଟିକାକରଣ । ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ପ୍ରେସମିଟ୍ କରି ସୂଚନା ଦେଲେ ବିଏମସି କମିଶନର । @bmcbbsrpic.twitter.com/mDTBTOJuGm
— Kanak News (@kanak_news) May 1, 2021
ସାବାଳକ ଟିକାକରଣ ପାଇଁ ଭୁବନେଶ୍ୱରକୁ ଟିକା ଆସିଛି । ଆଜି ମଧ୍ୟ କିଛି ଟିକା କେନ୍ଦ୍ରରେ ସାବାଳକ ଟିକାକରଣର ଡ୍ରାଏ ରନ୍ ସରିଛି । ଆସନ୍ତା ସୋମବାରଠାରୁ ଟିକାକେନ୍ଦ୍ରରେ ଟିକା ଦିଆଯିବ । ଏଥିପାଇଁ ସମସ୍ତେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ବୋଲି ବିଏମସି କମିଶନର କହିଛନ୍ତି । ଅନ୍ୟପଟେ କୋଭିଡର ଦ୍ୱିତୀୟ ଲହର ଭିତରେ କରୋନାର ମୁକାବିଲା କରୁଛି ଭୁବନେଶ୍ୱର । ଏବେ ବି ରାଜଧାନୀରେ ୫୦ ପ୍ରତିଶତ ଏଚିଡିୟୁ ଓ ସାଧାରଣ ବେଡ୍ ବଳକା ଅଛି । ତା ସହିତ କେବଳ ୧୦ ପ୍ରତିଶତ ଆଇସିୟୁ ଏବେ ଫାଙ୍କା ରହିଛି ବୋଲି କମିଶନର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/vlcsnap-2021-05-01-16h32m05s594.png)