କନକ ବ୍ୟୁରୋ: ଆଜି ରାଜ୍ୟରେ ଟିକାକରଣରେ ପୁଣି ରେକର୍ଡ ହୋଇଛି । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୨ ଲକ୍ଷ ୫୨ ହଜାର ୮୦ ଜଣଙ୍କୁ ଟିକାକରଣ କରାଯାଇଛି । ୪୫ ବର୍ଷରୁ ୬୯ ମଧ୍ୟରେ ୧ ଲକ୍ଷ ୬୯ ହଜାର ପ୍ରଥମ ଡୋଜ ନେଇଛନ୍ତି । ଏହି ବର୍ଗରେ ଦ୍ୱିତୀୟ ଡୋଜ ନେଇଛନ୍ତି ୭୨୫ଜଣ । ସେହିଭଳି ୬୦ ବର୍ଷରୁ ଅଧିକ ବର୍ଗର ଲୋକେ ପ୍ରଥମ ଡୋଜ ନେଇଛି ୬୮ ହଜାର ୧୬୭ । ଆଉ ଦ୍ୱିତୀୟ ଡୋଜ ନେଇଛନ୍ତି ୧୦ ହଜାର ୧୪୦ଜଣ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖି ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ଔଷଧ, ଆଇସିୟୁ ଓ ଅକ୍ସିଜେନ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପ୍ରଥମ ଲହର ପରେ କରୋନା କମିଯାଇଥିବାରୁ କେତେକ ସ୍ଥାନରେ କୋଭିଡ ହସ୍ପିଟାଲକୁ ବନ୍ଦ କରିଦିଆଯାଇଥିଲା । ତେଣୁ ପୁଣି ଥରେ ଜିଲ୍ଲା ଗୁଡିକରେ ପ୍ରଶିକ୍ଷଣ ଦେବା ଏବଂ ଅନ୍ୟାନ୍ୟ ପ୍ରସ୍ତୁତିମୂଳକ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି ।
ଏହି କ୍ରମରେ ଜିଲ୍ଲାପାଳ, ମ୍ୟୁନିସପାଲ କମିସନର, ସିଡିଏମଓ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ସେପଟେ ଓଡିଶାରେ ଗତ ୨୪ ଘଂଟାରେ ୪୬୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ନୂଆପଡାରେ ସର୍ବାଧିକ ୮୬, ଖୋର୍ଦ୍ଧାରେ ୬୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।