ରାଜ୍ୟରେ ଜେଲ୍ ଅନ୍ତେବାସୀଙ୍କୁ ଦିଆଯିବ କୋଭିଡ୍ ଟିକା । ୬୦ ବର୍ଷରୁ ଅଧିକ ବୟସ୍କ; ଗୁରୁତର ରୋଗରେ ପୀଡିତ ଥିବା ୪୫ରୁ ୫୯ ବର୍ଷ ବୟସ୍କ ଅନ୍ତେବାସୀ ନେବେ ଟିକା ।

82

କନକ ବ୍ୟୁରୋ: ସାରା ଦେଶରେ ଏବେ କୋଭିଡ୍ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ୪୫ ବର୍ଷରୁ ୫୯ବର୍ଷର ଲୋକ, ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିବେ ସେମାନଙ୍କୁ ଟିକା ଦିଆଯାଉଛି । ଏହି କ୍ରମରେ ଏବେ ରାଜ୍ୟରେ ଜେଲ ଅନ୍ତେବାସୀଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ । ଏହି ବୟସ ଭିତରେ ଥିବା ଜେଲ ଅନ୍ତେବାସୀଙ୍କୁ କୋଭିଡ୍ ଟିକା ଦିଆଯିବ ବୋଲି ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଅନ୍ୟପଟେ ଟିକାକରଣ ପାଇଁ ଜେଲର ଏସପି ଓ ଜେଲ ଅଫିସିଆଲଙ୍କୁ ପ୍ରସ୍ତତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜେଲ ପରିସରରେ ହିଁ ଅନ୍ତେବାସୀମାନଙ୍କୁ କୋଭିଡ୍ ଟିକା ଦିଆଯିବ । ଜଣେ ଏମବିବିଏସ୍ ଡାକ୍ତରଙ୍କ ଉପସ୍ଥିତିରେ ଏହି ଟିକାକରଣ ହେବ ବୋଲି ସୂଚନା ମିଳିଛି ।