ଆସନ୍ତାକାଲିଠୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟୀକାକରଣ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ଛୁଟି ଥିଲେ ବି ହେବ ଟୀକାକରଣ

173

କନକ ବ୍ୟୁରୋ : ଆସନ୍ତାକାଲିଠୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟୀକାକରଣ କରାଯିବ । କାଲିଠୁ ଦୁଇଦିନ ଛୁଟି ଥିଲେ ବି କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଟୀକାକରଣ ହେବ । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟୀକାକରଣକୁ ପ୍ରାଥମିକତା ଦିଆଯିବ । ବଲାଙ୍ଗୀର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ଼, ନବରଙ୍ଗପୁର ,ମୟୁରଭଞ୍ଜରେ ସଂକ୍ରମଣ ବଢ଼ୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ । କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ବଢ଼ୁଥିଲେ ବି ଏହି ଜିଲ୍ଲାରେ ଟୀକାକରଣ ବି ଅଧିକ ରହିଛି ।

ମାଛ ମାଂସ ବିକ୍ରେତା, ସେଳୁନ, ଷ୍ଟ୍ରିଟ ଭେଣ୍ଡର, ଅଟୋ ଓ ବସ ଡ୍ରାଇଭର,ବିଦ୍ୟାଳୟ ଓ କଲେଜ ଶିକ୍ଷକ, ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଭଳି ସମ୍ବେଦନଶୀଳ ଵର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ । ଦୁଇ ସପ୍ତାହ ମଧ୍ୟରେ ଏହି ବର୍ଗର ବ୍ୟକ୍ତିଙ୍କ ଟୀକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଟୀକାକରଣ କେନ୍ଦ୍ର ବଢାଇବା ସହ ଟୀକାକରଣ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆଜି କେନ୍ଦ୍ର ସରକାରଙ୍କ ସହ ବି ଟୀକାକରଣ ନେଇ ଆଲୋଚନା ହୋଇଛି । ଟୀକା ପରେ ପାର୍ଶ୍ୱ ପ୍ରତିକ୍ରିୟାକୁ ରୋକିବା ଦିଗରେ ଆଲୋଚନା ସହ ରାଜ୍ୟରେ କୋଭିଡ ସ୍ଥିତି ନେଇ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।