ସରକାର କହିଲେ ୨ ଦିନରେ ସରିଯିବ ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ଭ୍ୟାକ୍ସିନ ନଥିବାରୁ ବନ୍ଦ ହେଲାଣି ୭ଶହ ଟିକାଦାନ କେନ୍ଦ୍ର

96

କନକ ବ୍ୟୁରୋ : ସରକାର କହିଲେ ୨ ଦିନରେ ସରିଯିବ ଟିକା । ଟିକା ଅଭାବରୁ ବନ୍ଦ ହୋଇଛି ୭ଶହ ଟିକାକରଣ କେନ୍ଦ୍ର । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି । ଗତକାଲି ୧ ଲକ୍ଷ ୧୦ ହଜାର ୮ଶହ୮୯ ଡୋଜ ଟିକା ଦିଆଯାଇଛି । ୪ଲକ୍ଷ ୩୫ ଡୋଜ ୩୨୦ କୋଭିସିଲ୍ଡ ଟିକା ରହିଛି । ୧ ଲକ୍ଷ ୧୪ ହଜାର ୪୯୦ କୋଭାକ୍ସିନ ଟିକା ମହଜୁଦ ଅଛି । ହେଲେ ଏସବୁ ୨ ଦିନ ଭିତରେ ସରିଯିବ । ୧୦ ଦିନ ପାଇଁ ୨୫ ଲକ୍ଷ ଟିକାର ଆବଶ୍ୟକତା ଅଛି ବୋଲି କହିଛନ୍ତି ବିଜୟ ପ୍ରାଣିଗ୍ରାହୀ ।

ସେପଟେ, ଭୁବନେଶ୍ୱରରେ କରୋନା ସଂଖ୍ୟା ବଢୁଥିବା ବେଳେ କମିସନରେଟ ପୁଲିସ ସହ ମିଶି ବିଏମସି ଏନଫୋର୍ସମେଂଟକୁ ତ୍ୱରାନ୍ୱିତ କରୁଛି । ସଂକ୍ରମଣକୁ ଚେକ ଦେବା ପାଇଁ ସରକାରୀ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏହି ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ । ଭୁବନେଶ୍ୱରରେ ବର୍ତମାନ କାର୍ଯ୍ୟକ୍ଷମ ଏକମାତ୍ର କୋଭିଡ ହସ୍ପିଟାଲ, ସମ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି । ଏବେ ନାଇଟକର୍ଫ୍ୟୁ, ଲକଡାଉନ, ସଟଡାଉନ୍ କଥା ଚିନ୍ତା କରାଯାଉ ନାହିଁ । ଏନଫୋର୍ସମେଂଟ, ମାଇକ୍ରୋ କଂଟେନମେଂଟ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ବିଏମସି କମିସନର ।