ରାଜ୍ୟ ସରକାରଙ୍କ ପାଖରେ ଅଛି ମାତ୍ର ୨୦୮୦ କୋଭାକ୍ସିନ୍ : କେନ୍ଦ୍ର ଟିକାରୁ ଉଧାର ଆଣି ଚାଲିବ ପ୍ରଥମ ଓ ଦ୍ୱିତୀୟ ଡ଼ୋଜ୍ ଟିକାଦାନ

228

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଟିକାରୁ ଧାର ଆଣି ରାଜଧାନୀରେ ହେବ ଟିକାକରଣ । ଏବଂ ରାଜ୍ୟକୁ ଟିକା ମିଳିଲେ ଭରଣା କରିଦିଆଯିବ । ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ପାଖରେ ଏବେ ମାତ୍ର ୨୦୮୦ଟି କୋଭାକ୍ସିନ ଟିକା ରହିଛି । ତଥାପି ଆଗାମୀ ୧୨ ତାରିଖ ଯାଏଁ ରାଜଧାନୀ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ସ୍ଥିର କରିଛି ବିଏମସି । ତେଣୁ ପ୍ରଶ୍ନ ଉଠୁଛି, ଟିକା ନଥିବାବେଳେ ଏହି ଟିକାକରଣ କେମିତି ହେବ । ତେଣୁ ସୂଚନା ମିଳୁଛି ଯେ, କେନ୍ଦ୍ର ସରକାରଙ୍କ ଟିକାରୁ ପ୍ରାୟ ୩୫ ହଜାର ଡୋଜ୍ ଭୁବନେଶ୍ୱର ମହାନଗର ନିଗମକୁ ଦିଆଯାଇଛି । ଫଳରେ ବିଏମସି ପାଖରେ ଏବେ ୩୭ ହଜାର ୮୦ ଟିକା ମହଜୁଦ ଅଛି ।

ଆଜି ମଧ୍ୟ ୨୬ ହଜାର ଟିକା ଆସିବାର ଅଛି । ତେଣୁ ଏହାକୁ ମିଶାଇ ଆଗାମୀ ୩ରୁ ୪ ଦିନ ଟିକାକରଣ ସମ୍ଭବ ହୋଇପାରିବ । ଏହି ସମୟରେ ଦ୍ୱିତୀୟ ଡୋଜ୍ ଟିକାକରଣକୁ ପ୍ରାଥମିକତା ଦିଆଯିବ । ମେ ପ୍ରଥମ ସପ୍ତାହରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଦିତ୍ୱୀୟ ଡୋଜ୍ ଟିକା ଦେବା ସମୟ ହୋଇଗଲାଣି । ତେଣୁ ଯେଉଁମାନେ ପ୍ରଥମ ଡୋଜ୍ ଟିକା ଯେଉଁ ଟିକାଦାନ କେନ୍ଦ୍ରରେ ନେଇଥିଲେ, ସେହିଠାରେ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ ବୋଲି କୁହାଯାଇଛି । ପ୍ରଥମ ଡୋଜ୍ ଟିକା ସାର୍ଟିଫିକେଟ୍ ଦେଖାଇ ସେମାନେ ଦ୍ୱିତୀୟ ଡୋଜି ଟିକା ନେଇପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।