କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । ଆସନ୍ତା ମାସରେ ୧୨-୧୮ ବର୍ଷ ପିଲାଙ୍କୁ କୋଭିଡ ଟିକାକରଣ

170

କନକ ବ୍ୟୁରୋ: ଭାରତରେ ଆସନ୍ତା ମାସରେ ହେବ ଶିଶୁଙ୍କ କୋଭିଡ ଟିକାକରଣ । ବିଜେପିର ସଂସଦୀୟ ବୈଠକରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ୧୨ ରୁ ୧୮ ବର୍ଷ ପିଲାଙ୍କୁ ଏହି ଟିକାକରଣ ହେବ । ଆଗକୁ ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ସରକାର ଯୋଜନା କରୁଥିବାବେଳେ ଇଣ୍ଡୋନେସିଆରେ କରୋନାରେ ଶିଶୁଙ୍କ ବର୍ଦ୍ଧିତ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଦେଇଛି ।

ତେବେ କରୋନାର ତୃତୀୟ ଲହରକୁ ରୋକିବାକୁ ହେଲେ ପିଲାଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ଏମ୍ସ ମୁଖ୍ୟ ଡଃ ରଣଦୀପ ଗୁଲେରିଆ କହିଛନ୍ତି । ଭାରତ ବାୟୋଟେକ୍ସର କୋଭାକ୍ସିନ୍ ବର୍ତ୍ତମାନ ପରୀକ୍ଷଣ ପ୍ରକ୍ରିୟାରେ ରହିଛି । ଏହା ସଫଳ ହେଲେ ଯଥାଶିଘ୍ର ଶିଶୁଙ୍କୁ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ସୂଚନା ମୁତାବକ, ଇଣ୍ଡୋନେସିଆରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ହଠାତ ବୃଦ୍ଧି ପାଇଛି । ମୃତ ଶିଶୁଙ୍କ ମଧ୍ୟରେ ଅôଧିକାଂଶ ଶିଶୁ ୫ ବର୍ଷରୁ କମ । ଇଣ୍ଡୋନେସିଆରେ ଏଯାଏଁ ୩୦ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ଆକ୍ରାନ୍ ଶିଶୁଙ୍କ ହାର ସାଢେ ବାର ପ୍ରତିଶତ । ଏମାନଙ୍କ ମଧ୍ୟରୁ ପାଖାପାଖି ୮ଶହ ଶିଶୁଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ତୃତୀୟ ଲହରର ମ୍ୟୁଟିଲେସନ୍ କେତେବେଳେ ଯେ ଭାରତୀୟ ଶିଶୁଙ୍କୁ ଆକ୍ରାନ୍ତ କରିବ ସେ ନେଇ ସରକାର ଚିନ୍ତାରେ ।