ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଟିକା: ସୂଚନା ଦେଲେ ଏନଟିଏଜିଆଇ ଅଧ୍ୟକ୍ଷ ଏନକେ ଆରୋରା

284

କନକ ବ୍ୟୁରୋ: ମାର୍ଚ୍ଚରୁ ୧୨ରୁ ୧୪ ବୟସ ବର୍ଗର ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇପାରେ । ଏନେଇ ସୂଚନା ଦେଲେ ଏନଟିଏଜିଆଇ ଅଧ୍ୟକ୍ଷ ଏନକେ ଆରୋରା । ଏନେଇ ସେ କହିଛନ୍ତି, ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇଛି । ମାର୍ଚ୍ଚ ସୁଦ୍ଧା ଏହି ଟିକାକରଣ ଶେଷ ହେବା ଆଶା ରହିଛି ।

ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଛି । ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଟିକାକରଣକୁ ଜୋରଦାର କରିଛନ୍ତି ସରକାର । ଏହାସହ ପୁଣି କଟକଣାକୁ କଡାକଡି କରିଛନ୍ତି । ଲୋକମାନଙ୍କୁ କଟକଣା ପାଳନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।