କନକ ବ୍ୟୁରୋ : ଓଡିଶାର ୧୧ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିବ । ବାକି ଜିଲ୍ଲାର ୩୯୬ ସେସନ ସାଇଟରେ ଦିଆଯିବ ଟିକା । ସେପଟେ, ମହାରାଷ୍ଟ୍ର ଓ କେରଳରେ ଆକ୍ଟିଭ ମାମଲା ଲକ୍ଷେ ଉପରେ ରହିଛି । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଓଡିଶା ଭଳି ରାଜ୍ୟରେ ଆକ୍ଟିଭ ମାମଲା ୧୦ ହଜାର ଉପରେ ରହିଛି । କିନ୍ତୁ ଟିକାକରଣ ଦୁର୍ବଳ ସ୍ଥିତରେ ଅଛି ।
ଏପ୍ରିଲରେ ଦେଶରେ ୯ କୋଟି ଟିକାକରଣ ହୋଇଥିଲା । ମେ ମାସରେ ଏହା ୬ କୋଟିକୁ ଖସିଆସିଲା । ଜୁନ ମାସରେ ଏହା ବଢି ପୁଣି ୧୨ କୋଟି ହୋଇଛି । ଡିସେମ୍ବର ସୁଦ୍ଧା ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସପ୍ତାହରେ ସବୁ ଦିନରେ ୮୦ ଲକ୍ଷ ଦେଲେ ଡିସେମ୍ବର ସୁଦ୍ଧା ଏହା ଟାର୍ଗେଟ ପୂରଣ ହୋଇପାରିବା । କିନ୍ତୁ ବର୍ତ୍ତମାନ ଯେଉଁଭଳି ଟିକାକରଣ ଚାଲିଛି, ଏହା ସମ୍ଭବ ହେଲା ଭଳି ଲାଗୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/3-13.jpg)