ଆଜିଠୁ ବିନା କଟକଣାରେ ଜଗା ଦର୍ଶନ : ଆଉ ଦେଖାଇବାକୁ ପଡ଼ିବନି କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଟିକା ପ୍ରମାଣ ପତ୍ର

Advertisment
ଆଜିଠୁ ବିନା କଟକଣାରେ ଜଗା ଦର୍ଶନ : ଆଉ ଦେଖାଇବାକୁ ପଡ଼ିବନି କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଟିକା ପ୍ରମାଣ ପତ୍ର

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଟକଣା କୋହଳ ହୋଇଛି । ଆଜିଠାରୁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ନାହିଁ । କିଓସ୍କର ଆବଶ୍ୟକତା ମଧ୍ୟ ହେବ ନାହିଁ । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଗତ ୧୪ ତାରିଖରେ ଛତିଶା ନିଯୋଗ ବୈଠକରେ କଟକଣା କୋହଳ ନେଇ ନିଷ୍ପତି ହୋଇଥିଲା ।

କୋଭିଡ୍ ସଂକ୍ରମଣ ହାର ସଂପୂର୍ଣ୍ଣ ବନ୍ଦ ହୋଇନଥିବାରୁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ସଂକ୍ରମଣ ବଢିବା ପରେ ୨୦୨୦ ଫେବ୍ରୁଆରୀ ୨୨ ତାରିଖରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ କରାଯାଇଥିଲା । ଏହା ପରେ କଟକଣାରେ ଦର୍ଶନ ଆରମ୍ଭ ହେଇଥିଲା । ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe