କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଟକଣା କୋହଳ ହୋଇଛି । ଆଜିଠାରୁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ନାହିଁ । କିଓସ୍କର ଆବଶ୍ୟକତା ମଧ୍ୟ ହେବ ନାହିଁ । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଗତ ୧୪ ତାରିଖରେ ଛତିଶା ନିଯୋଗ ବୈଠକରେ କଟକଣା କୋହଳ ନେଇ ନିଷ୍ପତି ହୋଇଥିଲା ।

Advertisment

କୋଭିଡ୍ ସଂକ୍ରମଣ ହାର ସଂପୂର୍ଣ୍ଣ ବନ୍ଦ ହୋଇନଥିବାରୁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ସଂକ୍ରମଣ ବଢିବା ପରେ ୨୦୨୦ ଫେବ୍ରୁଆରୀ ୨୨ ତାରିଖରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ କରାଯାଇଥିଲା । ଏହା ପରେ କଟକଣାରେ ଦର୍ଶନ ଆରମ୍ଭ ହେଇଥିଲା । ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଥିଲା ।