କନକ ବ୍ୟୁରୋ: କରୋନା ଟିକା ପାଇଁ କେନ୍ଦ୍ର ସରକାରଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ପରେ ଚିଠିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ କେନ୍ଦ୍ର କୋଭିସିଲଡ ଟିକା ଯୋଗାଇ ଦେବାକୁ ଚିଠିରେ ଦାବି କରିଛନ୍ତି ମନ୍ତ୍ରୀ ନବ ଦାସ । ଏଥିସହ ଚିଠିରେ ଆଗକୁ ଲେଖିଛନ୍ତି, ରାଜ୍ୟରେ ଟିକା ଅଭାବରୁ ଟିକାକରଣ ପ୍ରଭାବିତ ହୋଇଛି । ଫଳରେ ଦିନକୁ ଅଢେଇ ଲକ୍ଷ ଟିକାକରଣ ଧାର୍ଯ୍ୟ ପୁରା କରିବା ସମ୍ଭବ ହେଉ ନାହିଁ । ତେଣୁ ଓଡିଶାକୁ ୧୦ ଦିନ ପାଇଁ ଆବଶ୍ୟକ ୨୫ ଲକ୍ଷ କୋଭସିଲଡ ଭ୍ୟାକ୍ସିନ ଡୋଜ ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି ।
ଏପ୍ରିଲ ୭ ତାରିଖ ସୁଦ୍ଧା ଓଡିଶାରେ ୫ ଲକ୍ଷ ୩୪ ହଜାର କୋଭିସିଲଡ ଟିକା ମହଜୁଦ ରହିଛି । ଏହି ଟିକାରେ କେବଳ ଦୁଇ ଦିନ ଟିକାକରଣ କରାଯାଇ ପାରିବ । ଏପ୍ରିଲ ୯ ତାରିଖ ବେଳକୁ କୋଭିସିଲଡ ଟିକା ରାଜ୍ୟରେ ନଥିବ । ଯାହା ୪୫ବର୍ଷର ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ସମୟକୁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି କରିଛି । ଏନେଇ ଓଡିଶା ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜଣାଇଥିବା ଚିଠିରେ ଲେଖିଛନ୍ତି ମନ୍ତ୍ରୀ ନବ ଦାସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/32-8.jpg)