ଦେଶରେ ୩ଲକ୍ଷ ୧୧ହଜାର ନୂଆ ସଂକ୍ରମିତ । ୪୦୭୭ଜଣଙ୍କ ମୃତ୍ୟୁ…  ସେପଟେ ରାଜ୍ୟରେ ତଳକୁ ଖସୁନି କରୋନା ଗ୍ରାଫ

111

କନକ ବ୍ୟୁରୋ : ଦେଶରେ ୩ଲକ୍ଷ ୧୧ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।   ଏହାସହ ଗତ ୨୪ଘଣ୍ଟାରେ ୪ହଜାର ୭୭ଜଣଙ୍କ  କରୋନା ସଂକ୍ରମିତ ଜନିତ ମୃତ୍ୟୁ ହୋଇଛି । ଏହାସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୭୦ ହଜାର ୨୮୪କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୪୬ଲକ୍ଷ ୮୪ହଜାର ୭୭କୁ ବୃଦ୍ଧି ପାଇଛି । ଦେଶରେ ଏବେ ୩୬ଲକ୍ଷ ୧୮ହଜାର ୪୫୮ସକ୍ରୀୟ ସଂକ୍ରମିତ ରହିଛନ୍ତି ।

ସେପଟେ ରାଜ୍ୟରେ କମୁନି କରୋନା ଗ୍ରାଫ । ରାଜ୍ୟରେ ଗତ ୨୪ଘଂଟାରେ ୧୧ହଜାର ୭୩୨ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୫୬୯ଜଣ ଓ ୫ହଜାର ୧୬୩ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୭ଶହ ୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରେ ଦ୍ୱିତୀୟ ସର୍ବାଧିକ ୮୭୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଂଟାରେ ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧରୁ ୪ଜଣ, ଅନୁଗୁଳରୁ ୩, ରାୟଗଡାରୁ ୩, ନୂଆପଡା ଓ ସୁନ୍ଦରଗଡରୁ  ୨ଜଣ ଲେଖାଏଁ, ଏବଂ ଗଜପତି, କେନ୍ଦ୍ରାପଡା, ନବରଙ୍ଗପୁର, ନୟାଗଡ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।