୧୬ ପରେ … ରାଜ୍ୟରେ ଆଂଶିକ ନା ସମ୍ପୂର୍ଣ୍ଣ ଅନଲକ୍ ? ଆଜି ଆସିପାରେ ନୂଆ ଗାଇଡଲାଇନ୍

188

କନକ ବ୍ୟୁରୋ : କରୋନାର ସଂଘର୍ଷ ଭିତରେ ଅର୍ଥନୀତିର ଅଂଟା ଦୋହଲି ଯାଇଛି । ଜୀବନକୁ ସୁରକ୍ଷା ଦେବାକୁ ଯାଇ, ଜୀବିକା ଉଜିଡ଼ିବାକୁ ବସିଲାଣି । ଜୀବନ-ଜୀବିକାର ଦୋଛକିରେ ଆଗକୁ କ’ଣ ହେବ? ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି । ଏହି ଅବଧି ସରିବା ପରେ ଯଦି ଅର୍ଥନୀତିକୁ ଖୋଲିବା ପାଇଁ ନିଷ୍ପତ୍ତି ନହୁଏ, ତେବେ ଭୂତାଣୁ ଠାରୁ ଅଧିକ ଲୋକ ଭୋକରେ ପ୍ରଭାବିତ ହେବେ ।

ତେଣୁ ପ୍ରଶ୍ନ ଉଠୁଛି, ସରକାର କାଟାଗୋରୀ- ବିରେ ରଖିଥିବା ୧୦ଟି ଜିଲ୍ଲାକୁ ନେଇ କଣ ନିଷ୍ପତ୍ତି କରିବେ । କିଛି ଜିଲ୍ଲାରେ ସଂକ୍ରମଣ ଯଥେଷ୍ଟ କମିଛି । କିନ୍ତୁ ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ସଂକ୍ରମଣର ହାର ଆଶାନୁରୂପ ଭାବେ କମୁନାହିଁ । ଭୁବନେଶ୍ୱରରେ ଟିକାକରଣ ସର୍ବାଧିକ ରହିଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ରାଜ୍ୟରେ ସର୍ବାଧିକ ରହୁଛି । କଟକ ମଧ୍ୟ ଓଡ଼ିଶା ଅର୍ଥନୀତିର ଅନ୍ୟତମ ପ୍ରାଣ କେନ୍ଦ୍ର ହୋଇଥିବାବେଳେ ଏଠାରେ ସଂକ୍ରମଣ କ୍ରମାଗତ ଅଧିକ ରହିଛି । ତେଣୁ ପ୍ରଶ୍ନ ଉଠୁଛି …

– ‘କାଟାଗୋରୀ- ବି’ରେ ଥିବା କିଛି ଜିଲ୍ଲାକୁ ‘କାଟାଗୋରୀ- ଏ’କୁ ଆଣିବେ କି ସରକାର ?
– କଟକଣା କୋହଳ କରିବେ ନା ପୁଣି ‘କାଟାଗୋରୀ- ବି’ ଜିଲ୍ଲାରେ କଟକଣା ଜାରି ରଖିବେ ?
– ଖୋର୍ଦ୍ଧା, କଟକକୁ ଛାଡି ଅବଶିଷ୍ଟ ୨୮ଟି ଜିଲ୍ଲାରେ ଆହୁରି କୋହଳ ହେବ କି ତାଲାବନ୍ଦ କଟକଣା ?
– ସନ୍ଧ୍ୟା ୬’ର ଯାଏଁ କଟକଣା କୋହଳ କରି, ରାତି କର୍ଫ୍ୟୁ ହଟାଇବାକୁ ବିଚାର କରିବେ କି ?
– ସବୁ ଜିଲ୍ଲାରେ ବସ୍ ଚଳାଚଳକୁ ଅନୁମତି ଦେଇ ଜିମ୍ ଏବଂ ସ୍ପା ଖୋଲିବା କଥା ଚିନ୍ତା କରିବେ ?
– ସଂକ୍ରମଣର ସ୍ଥିତିକୁ ଦେଖି ମଲ ଖୋଲିବା ନିଷ୍ପତ୍ତି ଜିଲ୍ଳା ପ୍ରଶାସନ ଉପରେ ଛାଡିବେ ସରକାର ?