କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା : ଲକଡ଼ାଉନକୁ ଭଲରେ ଲୋକ ମାନିଲେ କରୋନା ଚେନ୍ ଭାଙ୍ଗିବ

333

କନକ ବ୍ୟୁରୋ : କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ବର୍ତମାନ ଆମେ ଷ୍ଟେବୁଲ ସ୍ଥିତିରେ ଅଛୁ । ଟ୍ରାନ୍ସମିଶନ ଚେନ ବ୍ରେକ କରିବା ପାଇଁ ଲକଡାଉନ ଜରୁରୀ ଥିଲା । ଲକ ଡାଉନର ପ୍ରଭାବ ୨ରୁ ୮ ସପ୍ତାହ ପରେ ଜଣାପଡ଼ିବ । ସଂକ୍ରମଣ ନିହାତି କମିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏହା ସହ ସେ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଫୋକସ ଗ୍ରାମାଂଚଳରେ ରହିଛି । ସିରିଜ ଭାବରେ ଗାଁରେ ଟ୍ରେନିଂ ଚାଲିଛି । ଗାଁ ମାନଙ୍କରେ ବଡ଼ ଫୋର୍ସ ହେଉଛନ୍ତି ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କୁ ଟେଅନିଂ ଦିଆଯାଇ ସ୍ୱତନ୍ତ୍ର ଭାବରେ କରୋନା ସଂକ୍ରମଣ ଉପରେ ନଜର ରଖିବାକୁ କୁହଯାଇଛି । ସିଡିଏମୋ ଆଉ ଜିଲ୍ଲାପାଳ ରେଗୁଲାର ଆସେସମେଂଟ କରୁଛନ୍ତି । କେନ୍ଦ୍ରର ଏସଓପି ଆସିବା ପୂର୍ବରୁ ରାଜ୍ୟ ସରକାର ଅଗରୁ ହିଁ ଗାଁମାନଙ୍କରେ ଏହି ନିୟମ କାର୍ଯ୍ୟକାରୀ କରାଇଛନ୍ତି ।