ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ : ପିକ୍ ସମୟରେ ୨୬ ପ୍ରତିଶତ ଥିଲା ପଜିଟିଭ ହାର, ଏବେ ୧୪ ପ୍ରତିଶତକୁ ହ୍ରାସ

 ରାଜଧାନୀରେ କମୁଛି କରୋନା ସଂକ୍ରମଣ । ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧୦୦୧ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୨୧୦, ସ୍ଥାନୀୟ ସଂକ୍ରମିତ ୭୯୧ ଜଣ । ଗତ ୨୪ ଘଣ୍ଟା ଭିତରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୧୫୩ ଆକ୍ରାନ୍ତ

କନକ ବ୍ୟୁରୋ : ରାଜ୍ୟରେ ସଂକ୍ରମଣ ପିକ୍ କ୍ରସ କରିସାରିଲାଣି । ସଂକ୍ରମଣ ନିମ୍ନଗାମୀ ହେଲାଣି । ଟେଷ୍ଟ ପଜିଟିଭ ରେଟ କମିଛି । ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ ଥିଲା । ସଂକ୍ରମଣ ଧିରେ ଧିରେ ଧିରେ କମିବ ବୋଲି କହିଛନ୍ତି ନିରୋଜ ମିଶ୍ର । ଯେତିକି କଟକଣା ଅଛି ତାହାକୁ ଆହୁରି କଡ଼ାକଡ଼ି କରିବାକୁ ପଡ଼ିବ । ଡ଼ବ୍ଲୁଏଚଓ ଅନୁଯାୟୀ ପଜିଟିଭ ରେଟ ୫ ପ୍ରତିଶତ ନକମିବା ପର୍ଯ୍ୟନ୍ତ କଟକଣା କୋହଳ ନକରିବା ପାଇଁ କୁହାଯାଇଛି । ରାଜ୍ୟରେ ଲକଡ଼ାଉନ୍ ଠିକ ସମୟରେ ହୋଇଥିବାରୁ ଟିପିକାଲ ପିକ କଲାନାହିଁ । ଏହା ପ୍ଲାଟ୍ୟୁ ଷ୍ଟେଜରେ ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe