କନକ ବ୍ୟୁରୋ : ଚଳିତ ମାସ ଆସିପାରେ କରୋନାର ତୃତୀୟ ଲହର । ଦେଶରେ କରୋନାର ତୃତୀୟ ଲହର ଅବସମ୍ଭାବୀ ବୋଲି ବିଶେଷଜ୍ଞମାନେ ମତ ରଖୁଥିବା ବେଳେ, ଏହା କେବେ ଆସିବ ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଆସୁଛି । ହେଲେ ଦେଶରେ ଦ୍ୱିତୀୟ ଲହରର ପ୍ରଭାବକୁ ନେଇ ସଠିକ୍ ଆକଳନ କରିଥିବା ଆଇଆଇଟି ଗାଣିତିକ ମଡେଲ, ତୃତୀୟ ଲହରକୁ ନେଇ ଆକଳନ କରିଛି ।
ଆଇଆଇଟି କାନପୁର ଓ ହାଇଦ୍ରାବାଦର ଏହି ଆକଳନ ବ୍ଲୁମବର୍ଗ ରିପୋର୍ଟରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଚଳିତ ମାସରେ ଦେଶରେ ଆସିବ କରୋନାର ତୃତୀୟ ଲହର । ଏବଂ ଅକ୍ଟୋବର ବେଳକୁ ଏହା ପିକରେ ପହଂଚିବ ବା ଶୀର୍ଷ ଛୁଇଁବ । କିନ୍ତୁ ଦ୍ୱିତୀୟ ଲହର ତୁଳନାରେ ଏହାର ପ୍ରଭାବ କମ ରହିବ ବୋଲି ଆକଳନ କରାଯାଇଛି । ତୃତୀୟ ଲହର ଶୀର୍ଷ ଛୁଇଁଲା ବେଳକୁ ୧ଲକ୍ଷ ଦୈନିକ ସଂକ୍ରମଣ ହୋଇପାରେ । ପରିସ୍ଥିତି ଅଧିକ ଜଟିଳ ହେଲେ ଦୈନିକ ସଂକ୍ରମଣ ଦେଢ ଲକ୍ଷ ଛୁଇଁପାରେ ବୋଲି ଗାଣିତିକ ମଡେଲ ଆଧାରରେ ଆକଳନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/19.jpg)