୨୦ ମିନିଟରେ ମିଳିବ କରୋନା ରିପୋର୍ଟ । ଏଣିକି ଅଳ୍ପ ସମୟରେ ଜାଣିହେବ ଆପଣ କରୋନା ଆକ୍ରାନ୍ତ କି ନାହିଁ । ବାହାରିଲା କମ୍ ମୂଲ୍ୟର କୋଭିଡ୍ ଟେଷ୍ଟିଂ କିଟ୍

1,577

କନକ ବ୍ୟୁରୋ: ୨୦ମିନିଟରେ ମିଳିବ ସ୍ୱାବ ନମୁନା ରିପୋର୍ଟ । ଏବେ କମ ସମୟ ମଧ୍ୟରେ ଆପଣ କରୋନା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜାଣି ପାରିବେ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)-ହାଇଦ୍ରାବାଦର ଏକ ଗବେଷକ ଦଳ ଏଭଳି ଦାବି କରିଛନ୍ତି । କମ ମୂଲ୍ୟର ଏକ କୋଭିଡ-୧୯ ଟେଷ୍ଟିଙ୍ଗ କିଟ ବିକଶିତ କରାଯାଇଛି, ଯାହା ୨୦ ମିନିଟ୍ ମଧ୍ୟରେ ଫଳାଫଳ ଦେବା ବୋଲି ଗବେଷକମାନେ କହିଛନ୍ତି ।

ଗବେଷକମାନଙ୍କ କହିବା ମୁତାବକ, ତିଆରି କରାଯାଇଥିବା ଟେଷ୍ଟିଙ୍ଗ କିଟଟି ବର୍ତ୍ତମାନ କୋଭିଡ-୧୯ ପରୀକ୍ଷଣ ପାଇଁ ବ୍ୟବହୃତ ହେଉଥିବା ରିଭର୍ସ ଟ୍ରାନ୍ସକ୍ରିପସନ୍ ପଲିମେରେଜ୍ ଚେନ୍ ପ୍ରତିକ୍ରିୟା (ଆରଟି-ପିସିଆର) ଉପରେ ଆଧାରିତ ନୁହେଁ । ୫୫୦ଟଙ୍କା ମୂଲ୍ୟରେ ଏହି ଟେଷ୍ଟ କିଟ୍ ବିକଶିତ କରାଯାଇଥିବା ବେଳେ ଅଧିକ ପରିମାଣରେ ଉତ୍ପାଦନ ହେଲେ ଏହାର ମୂଲ୍ୟ ୩୫୦ଟଙ୍କା ପର୍ୟ୍ୟନ୍ତ ହ୍ରାସ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି । ଆଇଆଇଟିର ଏହି ଟିମ୍ ହାଇଦ୍ରାବାଦର ଇଏସଆଇସି ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଟେଷ୍ଟିଙ୍ଗ କିଟର କ୍ଲିନିକାଲ୍ ପରୀକ୍ଷା କରିଛି ଏବଂ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର)ରୁ ଅନୁମୋଦନ ଲୋଡିଛି ।

ଏହା ପୂର୍ବରୁ ‘ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି’, ଦିଲ୍ଲୀ ଦ୍ବାରା ପ୍ରସ୍ତୁତ କୋଭିଡ୍-୧୯ ଟେଷ୍ଟ୍ କିଟ ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ର ଅନୁମୋଦନ ମିଳିଥିଲା ।

Comments are closed.