ଟେଷ୍ଟ ତୁଳନାରେ କମିଲା ଆକ୍ରାନ୍ତ ସଂଖ୍ୟା : ରେକର୍ଡ଼ ସଂଖ୍ୟାରେ ହେଲା ଟେଷ୍ଟ , ଗୋଟିଏ ଦିନରେ ୮ ହଜାର ୯୬ ଟେଷ୍ଟ । ପଜିଟିଭ ଚିିହ୍ନଟ ହେଲେ ୪୯୪ , ୨ ଜଣଙ୍କ ମୃତ୍ୟୁ

527

ରାଜ୍ୟରେ ଟେଷ୍ଟ ତୁଳନାରେ କମିଲା ଆକ୍ରାନ୍ତ ସଂଖ୍ୟା । ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟାରେ ୮ ହଜାର ୯୬ ଟେଷ୍ଟ ହୋଇଥିଲା । ହେଲେ ସେଥିରୁ ୪୯୪ ଜଣଙ୍କ ନମୁନାରୁ କରୋନା ଭୂତାଣୁ ଚିହ୍ନଟ ହୋଇଛି ଏବଂ କରୋନା ସଂକ୍ରମଣରେ ୨ ଜଣଙ୍କ ଜୀବନ ଯାଇଛି । ଏହି ଦୁଇ ମୃତକ ଗଂଜାମ ଜିଲ୍ଲାରୁ ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୭୯କୁ ବଢିଯାଇଛି । ସେପଟେ ରାଜ୍ୟରେ ୧୫ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା ।

ଗତ ୨୪ ଘଂଟାରେ ୪୯୪ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ୧୫ ହଜାର ୩୯୨କୁ ବଢି ଯାଇଛି ମୋଟ୍ ଆକ୍ରାନ୍ତ ସଂଖ୍ୟା । ୪୯୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ ଜଣ ସଂଗରୋଧ କେନ୍ଦ୍ରରୁ , ୧୭୨ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ଆକ୍ରାନ୍ତ । ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରୁ ୬୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧୦ ହଜାର ୪୭୬କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ଆକ୍ଟିଭ୍ ମାମଲା ସଂଖ୍ୟା ୪ ହଜାର ୮୧୩ ରହିଛି । ଗତ ୧୪ ତାରିଖରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୪ ହଜାର ପାର୍ କରିଥିଲା । ଏବେ ୩ ଦିନରେ ଏହା ୧୫ ହଜାର ସଂଖ୍ୟା ଅତିକ୍ରମ କରିଛି ।