କରୋନା ପାଇଁ ଆସୁଛି ଟାବଲେଟ ‘ମୋଲୁନ-ପିରାଭିର’: ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଆମେରିକୀୟ କମ୍ପାନୀ

Advertisment
କରୋନା ପାଇଁ ଆସୁଛି ଟାବଲେଟ ‘ମୋଲୁନ-ପିରାଭିର’: ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଆମେରିକୀୟ କମ୍ପାନୀ

କନକ ବ୍ୟୁରୋ: ପ୍ରଥମଥର ପାଇଁ କରୋନା ଚିକିତ୍ସା ଲାଗି ଆସୁଛି ଟାବଲେଟ୍ । ଟାବଲେଟର ନାଁ ମୋଲୁନ-ପିରାଭିର । ଏହି ନାଁରେ ଟାବଲେଟ ଆଣୁଛି ଆମେରିକୀୟ କମ୍ପାନୀ । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ପ୍ରସ୍ତୁତକାରୀ କମ୍ପାନୀ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଟାବଲେଟ ବେଶ ପ୍ରଭାବୀ ବୋଲି ଦାବି କରିଛି କମ୍ପାନୀ ।

ଏହି ଟାବଲେଟ ମୃତ୍ୟୁ ଓ ହସପିଟାଲାଇଜେସନରୁ ୫୦ ପ୍ରତିଶତ କମ କରିବ ବୋଲି ପରୀକ୍ଷାରୁ ପ୍ରମାଣିତ ହୋଇଛି । ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ ଜୋ କମ୍ପାନୀ ଏହି ବଟିକା ପ୍ରସ୍ତୁତ କରୁଛି । ଅନୁମତି ମିଳିବା ପରେ ଏହି ବଟିବା କୋଭିଡ ଚିକିତ୍ସାରେ ବିଶ୍ୱର ପ୍ରଥମ ଟାବଟେଲ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe