କନକ ବ୍ୟୁରୋ: ପ୍ରଥମଥର ପାଇଁ କରୋନା ଚିକିତ୍ସା ଲାଗି ଆସୁଛି ଟାବଲେଟ୍ । ଟାବଲେଟର ନାଁ ମୋଲୁନ-ପିରାଭିର । ଏହି ନାଁରେ ଟାବଲେଟ ଆଣୁଛି ଆମେରିକୀୟ କମ୍ପାନୀ । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ପ୍ରସ୍ତୁତକାରୀ କମ୍ପାନୀ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଟାବଲେଟ ବେଶ ପ୍ରଭାବୀ ବୋଲି ଦାବି କରିଛି କମ୍ପାନୀ ।
ଏହି ଟାବଲେଟ ମୃତ୍ୟୁ ଓ ହସପିଟାଲାଇଜେସନରୁ ୫୦ ପ୍ରତିଶତ କମ କରିବ ବୋଲି ପରୀକ୍ଷାରୁ ପ୍ରମାଣିତ ହୋଇଛି । ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ ଜୋ କମ୍ପାନୀ ଏହି ବଟିକା ପ୍ରସ୍ତୁତ କରୁଛି । ଅନୁମତି ମିଳିବା ପରେ ଏହି ବଟିବା କୋଭିଡ ଚିକିତ୍ସାରେ ବିଶ୍ୱର ପ୍ରଥମ ଟାବଟେଲ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/molnupiravir-shutterstock-1629182217748.jpg)