କନକ ବ୍ୟୁରୋ : ଟିକାର ଦୁଇଟି ଡୋଜ ନେବା ପରେ ବି ହେଉଛି ସଂକ୍ରମଣ । ଦେଶରେ ଦ୍ୱିତୀୟ ଡୋଜ ନେଇସାରିଥିବା ୮୭ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ କେବଳ କେରଳରୁ ୪୬ପ୍ରତିଶତ ବ୍ୟକ୍ତି ଦୁଇଟି ଡୋଜ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି ।
କେରଳରେ ଦ୍ୱିତୀୟ ଡୋଜ ଟିକା ନେଇଥିବା ୮୦ହଜାରରୁ ଅଧିକ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପ୍ରଥମ ଡୋଜ ନେଇଥିବା ୪୦ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଏଥିରୁ ୨ଶହ ନମୂନା ସଂଗ୍ରହ କରାଯାଇ ଜିନୋମ୍ ସିକ୍ୱେନ୍ସ କରାଯାଇଥିଲେ ନୂଆ ମ୍ୟୁଟାଣ୍ଟ ହୋଇନଥିବା ଜଣାପଡିଛି । ତେବେ ଚିନ୍ତାଜନକ ବିଷୟ ଏହା ଯେ, ସଂକ୍ରମିତ ହୋଇଥିବା ୪୦ହଜାରରୁ ଅଧିକ ଲୋକ ଦ୍ୱିତୀୟ ଡୋଜ ଟିକା ନେଇସାରିଛନ୍ତି । କେରଳରେ ଦ୍ୱିତୀୟ ଡୋଜ ନେବା ପରେ ଏତେ ମାତ୍ରାରେ ଲୋକଙ୍କ ଭିତରେ ସଂକ୍ରମଣ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି । ସେପଟେ ସାରା ଦେଶରେ ୮୭ହଜାରରୁ ଅଧିକ ଲୋକ ଯେଉଁମାନେ କରୋନା ଟିକାର ଦ୍ୱିତୀୟ ଡୋଜ ନେଇସାରିଛନ୍ତି ସେମାନେ ସଂକ୍ରମିତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/38-2.jpg)