କରୋନା ନିୟନ୍ତ୍ରଣ ନେଇ ପରାମର୍ଶ ଦେଲେ ବିଜୟ ମହାପାତ୍ର : ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ପଠାଇବା ଘଟଣାରେ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା

331

କନକ ବ୍ୟୁରୋ : କରୋନାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । କରୋନାକୁ ନିୟନ୍ତ୍ରଣକୁ ନେଇ ସରକାରଙ୍କୁ ଗୁରୁତ୍ୱପୁର୍ଣ୍ଣ ପରାମର୍ଶ ଦେଲେ ବିଜୟ ମହାପାତ୍ର । କରୋନାର ଏଭଳି ସଂକଟ ସ୍ଥିତିରେ ଟେଷ୍ଟିଂ ବଢାଯିବା ଦରକାର । ଟେଷ୍ଟିଂ କିଟର ଉତ୍କଟ ଅଭାବ ଯୋଗୁଁ ଟେଷ୍ଟିଂ ଆଗକୁ ଯଇପାରୁନାହିଁ । ଟେଷ୍ଟିଂ କିଟ ଓ ପିପିଇ କିଟର ପରିମାଣ ବଢାନ୍ତୁ ଓ ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ।

ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଶହେଟି ଗଳାବାଟ ଅଛି ସେ ସବୁ ବାଟକୁ ଜଗିବା ଦରକାର । ସେହିପରି ପୋଲିସ ମୋବାଇଲ ଭ୍ୟାନ୍ ଅଧିକା କରାଯିବା ଦରକାର । ସେହିପରି ପ୍ରବାସୀଙ୍କ ସମସ୍ୟା ବଢିଛି । ମହାରାଷ୍ଟ୍ର, ଦିଲ୍ଲୀ ଓ ଗୁଜୁରାଟରେ ଓଡ଼ିଶା ପିଲା ଅତି ଦୟନୀୟ ଭାବେ ମୃତ୍ୟୁ ବରଣ କରୁଛନ୍ତି । ବିଭିନ୍ନ ରାଜ୍ୟରେ ଥିବା ୪ଟି ଓଡ଼ିଶା ଭବନକୁ ୨୪ଘଂଟିଆ ନୟନ୍ତ୍ରଣ କକ୍ଷ ଭାବେ ବ୍ୟବହାର କରାଯାଉ ବୋଲି ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଟୋଲ ଫ୍ରି ନମ୍ବର ଜାରି କରାଯାଉ ଓ ସହଯୋଗ ଦିଆଯାଉ । ସୀମାନ୍ତ ଜିଲ୍ଲାରେ ମୋବାଇଲ ଟେଷ୍ଟିଂ ଭ୍ୟାନ ଜରିଆରେ ଟେଷ୍ଟିଂ କରାଯାଉ ।କରୋନା ଯୋଦ୍ଧାଙ୍କ ସ୍ପୁହା କମିଛି । ସେମାନଙ୍କୁ ଇନସେଣ୍ଟିଭ ବ୍ୟବସ୍ଥା କରାଯାଉ । ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିବା ସହ ଟିକା ଦିଆଯାଉ ।