କନକ ବ୍ୟୁରୋ : ଜାପାନ ବିଶେଷଜ୍ଞଙ୍କ ଏଭଳି ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । କରୋନା ମହାମାରୀ ପରେ ସାରା ଦେଶରେ ସ୍ୱାସ୍ଥ୍ୟଗତ ସମସ୍ୟା ବଢାଇ ଦେଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ବିଶେଷ କରି କରୋନା ଆକ୍ରାନ୍ତଙ୍କ ନିକଟରେ ହୃଦଘାତ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି ବୋଲି ଜାପାନ ବିଶେଷଜ୍ଞମାନେ କହିଛନ୍ତି । ଏହାରିଭିତରେ କୋଭିଡ୍ ସବ୍ ଭାରିଆଂଟ୍ ଜେଏନ୍ ଡଟ୍ ୱାନକୁ ନେଇ ଏକ ଚିନ୍ତାଜନକ ତଥ୍ୟ ଏହି ରିପୋର୍ଟରେ ରହିଛି । ‘ଜେଲନ.୧’ ଆକ୍ରାନ୍ତଙ୍କ ଠାରେ ହୃଦୟ ଜନିତ ସମସ୍ୟା ଅଧିକ ଦେଖା ଦେଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆମେରିକା, ବ୍ରିଟେନ୍, ଚାଇନା ଏବଂ ଭାରତରେ ନିକଟରେ ‘ଜେଏନ.୧’ରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ବଢି ଚାଲିଛି । ଆଉ ଏହି ଆକ୍ରାନ୍ତଙ୍କ ପାଖରେ ହୃଦୟ ଜନିତ ସମସ୍ୟା ଦେଖା ଦେଉଛି ।

ସେପଟେ ଭାରତୀୟ ବିଶେଷଜ୍ଞଙ୍କ କହିବା କଥା, ଶୀତଋତୁରେ ବଢ଼ୁଛି ହୃଦଘାତ ସମସ୍ୟା । ଅନ୍ୟ ଋତୁ ଅପେକ୍ଷା ଶୀତଦିନରେ ହୃଦଘାତ ଆଶଙ୍କା ପ୍ରାୟ ୩୦ପ୍ରତିଶ ଅଧିକ ରହୁଛି । ହାଡଭଙ୍ଗା ଶୀତରେ ରକ୍ତ ସଂଚାଳନ ଉପରେ ପ୍ରଭାବ ପକାଇଥାଏ ଯାହା ଦ୍ୱାରା ହୃଦଘାତର ଆଶଙ୍କା ଅଧିକ ରହୁଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଯେଉଁମାନେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ସେମାନଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଖାଦ୍ୟପେୟ ଅନିୟମତା ମଧ୍ୟ ଅନ୍ୟ ଏକ ପ୍ରମୁଖ କାରଣ ଅଟେ ।

ଅନେକ ଦିନର ବ୍ୟବଧାନ ପରେ ଦେଶରେ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ୬୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୩ଜଣ ମାରାତ୍ମକ କରୋନାରେ ପ୍ରାଣ ହରାଇଛନ୍ତି । ଏହାରି ସହିଚତ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୯୪ରେ ପହଁଚିଛି । ବିଶେଷ କରି ‘ଜେଲନ.୧’ ରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।