ଦ୍ୱିତୀୟ ଲହରରେ କେମିତି ଦ୍ରୁତ ଗତିରେ ବଢୁଛି କରୋନା ? ଜାଣନ୍ତୁ ୫ ଦିନରେ କେମିତି କାୟା ମେଲାଉଛି କରୋନା ?

118

କନକ ବ୍ୟୁରୋ : ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି କରୋନା ଆରମ୍ଭ ହେବା ଦିନଠାରୁ କୌଣସି ଗୋଟିଏ ଦିନରେ ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ୫ ଅପ୍ରେଲରେ ସର୍ବାଧିକ ୧ ଲକ୍ଷ ୩ହଜାର ୫୫୮ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ଆଜି କରୋନା ଯୋଗୁଁ ୬୩୦ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୬ ହଜାର ୧୭୭ରେ ପହଁଚିଛି । ଅନ୍ୟପଟେ ଶେଷ ୨୪ ଘଂଟାରେ ୫୯ ହଜାର ୮୫୬ ଜଣ ସୁସ୍ଥ ହୋଇଛନ୍ତି । ଏବଂ ଏବେ ଦେଶରେ ୮ଲକ୍ଷ ୪୩ ହଜାର ୪୭୩ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଜାଣନ୍ତୁ ୫ ଦିନରେ କେମିତି କାୟା ମେଲାଉଛି କରୋନା ?

୫ ଦିନରେ ୨.୫ ହଜାରରୁ ଅଧିକ ସଂକ୍ରମିତ

ବୁଧବାର- ୭୯୧
ମଙ୍ଗଳବାର- ୫୮୮
ସୋମବାର- ୫୭୩
ରବିବାର- ୪୭୧
ଶନିବାର- ୪୫୨

ସଂକ୍ରମଣକୁ ଦେଖି ସରକାରଙ୍କ ସତର୍କତା
– ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ଲାଗୁ ହୋଇଛି ରାତି କର୍ଫ୍ୟୁ
– ରାତି ୧୦ରୁ ସକାଳ ୫ ଯାଏଁ ବ୍ୟକ୍ତିଗତ ଯାତାୟତ ଉପରେ କଟକଣା
– ୫ଟି ସର୍ବାଧିକ ସଂକ୍ରମିତ ରାଜ୍ୟରୁ ପୁରୀକୁ ଆସିବା ଉପରେ କଟକଣା
– ୫ ରାଜ୍ୟରୁ ଆସିଲେ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ
– ଗଞ୍ଜାମରେ ବିବାହ ଉତ୍ସବରେ ଯୋଗ ଦେବେ କେବଳ ୧୦୦ ଜଣ
– ବାହାଘର ଭୋଜିରେ କେବଳ ଖାଦ୍ୟ ପୁଡିଆ ବଂଟା ଯାଇପାରିବ
– ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ କୋଭିଡ୍ କଟକଣା ଯାଂଚ୍ କଡାକଡି

ଏପ୍ରିଲରେ କରୋନା ଉପରମୁହାଁ
ତାରିଖ               ନୂଆ ସଂକ୍ରମଣ               ସମୟ         ମୃତ୍ୟୁ
୭ ଏପ୍ରିଲ           ୨୦୨୧ ୧, ୧୫, ୭୩୬      ୨୪ ଘଂଟା    ୬୩୦
୬ ଏପ୍ରିଲ           ୨୦୨୧ ୯୬, ୯୮୨           ୨୪ ଘଂଟା    ୪୪୬
୫ ଏପ୍ରିଲ          ୨୦୨୧ ୧, ୦୩, ୫୫୮      ୨୪ ଘଂଟା    ୪୭୮
୪ ଏପ୍ରିଲ          ୨୦୨୧ ୯୩, ୨୪୯           ୨୪ ଘଂଟା    ୫୧୩
୩ ଏପ୍ରିଲ         ୨୦୨୧ ୮୯, ୧୨୯            ୨୪ ଘଂଟା     ୭୧୪
୨ ଏପ୍ରିଲ         ୨୦୨୧ ୮୧, ୪୬୬            ୨୪ ଘଂଟା     ୪୬୯
୧ ଏପ୍ରିଲ         ୨୦୨୧ ୭୨, ୩୨୦           ୨୪ ଘଂଟା      ୪୫୯