ଦେଶରେ କରୋନା ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ବଡ ବୟାନ । ଦିନକୁ ଦିନ ସାଙ୍ଘାତିକ ହେଉଛି ସ୍ଥିତି । ପରୀକ୍ଷା ହାର ବୃଦ୍ଧି କରିବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ଆଡ଼କୁ ଗତି କରୁଛି । ଖୋଦ କେନ୍ଦ୍ର ସରକାର ଏହା ସ୍ବୀକାର କରିଛନ୍ତି । ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡକ୍ଟର ଭି.କେ. ପଲ କହିଛନ୍ତି ଯେ ଦେଶର କେତେକ ଜିଲ୍ଲାରେ ଆମେ ଅତି ଗୁରୁତର ସ୍ଥିତିର ସାମନା କରୁଛୁ କିନ୍ତୁ ସମଗ୍ର ଦେଶ ପାଇଁ ବିପଦର ଆଶଙ୍କା ବଢିଯାଇଛି । ଭୂତାଣୁକୁ ନିୟନ୍ତ୍ରଣ କରିବାକୁ ଓ ଜୀବନ ବଞ୍ଚାଇବାକୁ ଆମକୁ ସବୁ ପ୍ରକାରର ଉଦ୍ୟମ କରିବାକୁ ହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
There are 10 districts across the country that have the most number of active cases – Pune, Mumbai, Nagpur, Thane, Nashik, Aurangabad, Bengaluru Urban, Nanded, Delhi and Ahmednagar: Union Health Secretary Rajesh Bhushan#COVID19 pic.twitter.com/SkbzfPHgy6
— ANI (@ANI) March 30, 2021
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶର ୧୦ଟି ସର୍ବାଧିକ କରୋନା ପ୍ରଭାବିତ ଜିଲ୍ଲାର ତାଲିକା ପ୍ରକାଶ କରାଯାଇଛି । ଏସବୁ ଜିଲ୍ଲା ହେଲେ ପୁଣେ, ମୁମ୍ବାଇ, ନାଗପୁର, ଥାଣେ, ନାସିକ, ଔରଙ୍ଗାବାଦ, ବେଙ୍ଗାଲୁରୁ ଅର୍ବାନ, ନାଣ୍ଡେଡ୍, ଦିଲ୍ଲୀ ଓ ଅହମଦନଗର । ଏସବୁ ଜିଲ୍ଲାଗୁଡ଼ିକରେ ପରୀକ୍ଷା ହାର ବୃଦ୍ଧି କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ।
ସେ କହିଛନ୍ତି ଯେ ଦେଶରେ ସାପ୍ତାହିକ ପଜିଟିଭିଟି ହାର ୫.୬୫ ପ୍ରତିଶତ ଥିବାବେଳେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ତାହା ୨୩ ପ୍ରତିଶତ ରହିଛି । ଦେଶରେ ଏବେ ୮୦୭ଟି ୟୁକେ ଭାରିଆଣ୍ଟ, ୪୭ଟି ଦକ୍ଷିଣ ଆଫ୍ରିକୀୟ ଭାରିଆଣ୍ଟ ଓ ଗୋଟିଏ ବ୍ରାଜିଲ ଭାରିଆଣ୍ଟ ଚିହ୍ନଟ ହୋଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।