ରାଜ୍ୟରେ ପିକ୍ ଅତିକ୍ରମ କରି ସାରିଛି ସଂକ୍ରମଣ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଏବେ ତଳମୁହାଁ ରହିଛି ସ୍ଥିତି

169

କନକ ବୁରୋ : ରାଜ୍ୟର କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବର୍ତମାନ ରାଜ୍ୟରେ କରୋନା ପିକ୍ ଅତିକ୍ରମ କରି ସାରିଛି । ସ୍ଥିତି ତଳମୁହାଁ ହେଉଛି । ଏପରିକି ସେ କହିଛନ୍ତି ରାଜ୍ୟରେ ବ୍ଲାକ ଫଙ୍ଗସ୍ ରୋଗୀ ଏତେ ନାହାନ୍ତି । ମୋଟ ୪୧ ଜଣଙ୍କ ରିପୋର୍ଟ ଅଛି, ଆଉ ସେମାନେ ଏବେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ଦେଶରେ ସଂକ୍ରମଣ ଖସୁଛି । ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢ଼ୁଥିବାରୁ ଏବେ ଖସୁଛି । ଅନ୍ୟ ରାଜ୍ୟ ଅପେକ୍ଷା ରାଜ୍ୟରେ ମଧ୍ୟ ମୃତ୍ୟୁ ସଂଖ୍ୟା ବହୁତ କମ୍ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସମ୍ପୂର୍ଣ୍ଣ ଡାଟା ଦେଖିଲେ ଆମର ସଂଖ୍ୟା ବହୁତ କମ ରହିଛି । ବର୍ତ୍ତମାନ ଗୁତୁରର ରୋଗୀଙ୍କ ସଂଖ୍ୟା କମୁଛି । ଅଧିକ ଡାକ୍ତରଖାନାରେ ବେଡ଼ ଖାଲି ହେଉଛି । ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଛି । ସ୍ୱତନ୍ତ୍ର ଟାସ୍କ ଫୋର୍ସ କରାଯାଇଛି । ରାଜ୍ୟ ସରକାର ଯାହା ରେକମେଣ୍ଡ କରିବେ ସେହି ଅନୁସାରେ ବ୍ୟବସ୍ଥା କରାଯିବ । ଜୁନରେ କରୋନା ଖସିବା ଆରମ୍ଭ କରୁଛି ଆହୁରି କମିବ ବୋଲି ଆଶା କରାଯାଉଛି । ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଛି । ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଅଧିକ ଆଣ୍ଟିଜେନ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି । ଗ୍ରାମାଞ୍ଚଳକୁ କଭାର କରିବାକୁ ହେଲେ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯିବ।