ଓଡ଼ିଶାରେ ‘ପିକ୍’ ଛୁଇଁ ସାରିଲାଣି ସଂକ୍ରମଣ ! କମୁଛି ଦୈନିକ ସଂକ୍ରମଣ, ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ।

269

କନକ ବ୍ୟୁରୋ : ଦେଶରେ ଏବେ କରୋନା ସ୍ଥିତି ପ୍ଲାଟ୍ୟୁ ବା ସ୍ଥିର ସ୍ଥିତିକୁ ଆସିଯାଇଥିବାର ସଙ୍କେତ ମିଳୁଛି ବୋଲି କହିଛନ୍ତି କେନ୍ଦ୍ର ସରକାର । ଅର୍ଥାତ୍ ତୃତୀୟ ଲହରର ଶୀର୍ଷ ବା ପିକ୍ ଅତିକ୍ରମ କରିଯାଇଛି ବୋଲି ଆକଳନ କରାଯାଉଛି । ମହାରାଷ୍ଟ୍ର, ଉତର ପ୍ରଦେଶ, ଦିଲ୍ଲୀ, ହରିୟାଣା, ପଶ୍ଚିମବଂଗରେ ସଂକ୍ରମଣ କମୁଛି । ତେବେ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନରେ ଏବେ ବି ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଗତ ଏକ ସପ୍ତାହରେ ଦିନକୁ ପ୍ରାୟ ୩ ଲକ୍ଷ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେପଟେ କୋଭିଡ ଗାଇଡଲାଇନକୁ ଫେବୃଆରୀ ୨୮ ଯାଏଁ ବଢ଼ାଯାଇଛି । ଏନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟକୁ ଚିଠି ଲେଖି ଅବଗତ କରାଇଛନ୍ତି । ଏପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ଓଡ଼ିଶାରେ ମଧ୍ୟ ତୃତୀୟ ଲହର ଶୀର୍ଷ ଅତିକ୍ରମ କରିସାରିଥିବା ନେଇ ଆଭାସ ମିଳୁଛି । ଗତ ୧୯ ତାରିଖରେ ସର୍ବାଧିକ ୧୧ ହଜାର ମାମଲା ଚିହ୍ନଟ ହୋଇଥିବା ବେଳେ ଏହାପରେ ଧୀରେ ଧୀରେ ସଂକ୍ରମଣ କମିଛି । ଗତ ୨୪ ଘଂଟାରେ ରାଜ୍ୟରେ ୫ ହଜାର ୯୦୧ ମାମଲା ଚିହ୍ନଟ ହୋଇଛି । କିଛି ଦିନ ତଳେ ୨୦ ପ୍ରତିଶତ ସଂକ୍ରମଣ ହାର ରହିଥିଲା । ଏବେ ଏହା ଅଧା ହୋଇଯାଇଛି । ଲଗାତର ଏପରି ଟ୍ରେଣ୍ଡ ଆସୁଥିବାରୁ ରାଜ୍ୟରେ ସଂକ୍ରମଣ ପିକ୍ ଛୁଇଁ ସାରିଲାଣି ବୋଲି ଜଣାପଡିଛି ।

ଓଡ଼ିଶାରେ ‘ପିକ୍’ ଛୁଇଁ ସାରିଲାଣି ସଂକ୍ରମଣ ! କମୁଛି ଦୈନିକ ସଂକ୍ରମଣ, ରାଜ୍ୟରେ ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଏକ ସପ୍ତାହ ଧରି ରାଜ୍ୟରେ ହ୍ରାସ ପାଉଛି ଦୈନିକ ପଜିଟିଭ୍ ମାମଲା, ଟେଷ୍ଟ-ପଜିଟିଭିଟି ରେଟ୍ । ସବୁଠୁ ଆଶ୍ୱସ୍ତିର କଥା ହେଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ନଜର ପକାନ୍ତୁ, ଓଡ଼ିଶାର କରୋନା ମିଟର ଉପରେ,
ଓଡ଼ିଶା କରୋନା ମିଟର
ତାରିଖ                             ସଂକ୍ରମଣ                   ଟେଷ୍ଟ                      ସଂକ୍ରମଣ ହାର
୨୭ ଜାନୁଆରୀ                  ୫,୯୦୧                 ୬୩,୨୦୯                 ୯.୩୩%
୨୬ ଜାନୁଆରୀ                  ୭,୪୨୬                 ୬୫,୨୫୦                ୧୧.୩୮%
୨୫ ଜାନୁଆରୀ                  ୫୮୯୧                  ୫୯,୮୦୭                 ୯.୮୫%
୨୪ ଜାନୁଆରୀ                  ୭,୨୯୧                 ୬୧,୯୬୯                 ୧୧.୭୫%
୨୩ ଜାନୁଆରୀ                  ୮,୫୨୦                 ୭୨,୫୨୪                 ୧୧.୭୪%
୨୨ ଜାନୁଆରୀ                  ୮,୮୪୫                 ୬୮, ୬୨୫                ୧୨.୮୯%
୨୧ ଜାନୁଆରୀ                  ୯,୮୩୩                 ୭୪,୪୪୩                 ୧୩.୨୦%
୨୦ ଜାନୁଆରୀ                 ୧୦,୩୬୮               ୭୪,୨୩୪                  ୧୩.୯୬%
୧୯ ଜାନୁଆରୀ                 ୧୧,୬୦୭               ୬୯,୫୦୨                  ୧୬.୭୦%

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୫ ହଜାର ୯୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଛି, ସଂକ୍ରମଣ ହାର ମଧ୍ୟ କମିବାରେ ଲାଗିଛି । କିଛି ଦିନ ତଳେ ୨୦ ପ୍ରତିଶତ ସଂକ୍ରମଣ ହାର ରହିଥିଲା । ଏବେ ଏହା ଅଧା ହୋଇଯାଇଛି । ଲଗାତର ଏପରି ଟେଣ୍ଡ ଆସୁଥିବାରୁ ରାଜ୍ୟରେ ସଂକ୍ରମଣ ପିକ୍ ଛୁଇଁ ସାରିଲାଣି ବୋଲି ଜଣାପଡିଛି ।

୧୯ ତାରିଖ ଦିନ ରାଜ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିଲା । ସେହିଦିନ ୧୧ ହଜାର ୬୦୭ ଜଣ ପଜିଟିଭ୍ ମାମଲା ଆସିଥିଲା । ୨୦ ତାରିଖରେ ୧୦ ହଜାର ୩୬୮ କେସ୍ ଆସିଥିଲା । ଏହାପର ଠାରୁ ୧୦ ହଜାର ତଳେ ରହିଛି ଦୈନିକ ମାମଲା ।
ସେପଟେ ଦେଶରେ ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଛି । ଗୋଟିଏ ଦିନରେ ୨ ଲକ୍ଷ ୮୬ ହଜାର ୩୮୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ଟେଷ୍ଟ ପଜିଟିଭିଟି ରେଟ୍ ୧୬ ପ୍ରତିଶତରୁ ବଢି ୧୯ ଦଶମିକ ୫୯ ପ୍ରତିଶତ ହୋଇଛି ।

ଓମିକ୍ରନ୍ ବିରୋଧରେ କାମ କରିବ ‘ମଡର୍ଣ୍ଣା’ର ବୁଷ୍ଟର ଡୋଜ୍ ! ଫାଇଜର୍ ଓ ବାୟୋ ଏନଟେକ୍ ପରେ ମଡର୍ଣ୍ଣାର କ୍ଲିନିକାଲ୍ ଟ୍ରାଏଲ୍ । ଓମିକ୍ରନ ବିରୋଧରେ ଲଢ଼େଇ ପାଇଁ ବୁଷ୍ଟର ଡୋଜ୍ ପ୍ରସ୍ତୁତ କରୁଛି ଆମେରିକାର ମଡର୍ଣ୍ଣା କମ୍ପାନୀ । ଅଧ୍ୟୟନ ପରେ କ୍ଲିନିକାଲ୍ ଟ୍ରାଏଲ ଆରମ୍ଭ ହୋଇଛି । କୁହାଯାଉଛି, ମଡର୍ଣ୍ଣାର ବୁଷ୍ଟର ଡୋଜ୍ ନେବା ପରେ ଓମିକ୍ରନ୍ ବିରୋଧୀ ଆଣ୍ଟିବଡି ସ୍ତର ପୂର୍ବ ତୁଳନାରେ ୨୦ ଗୁଣା ବୃଦ୍ଧି ପାଇବ । ମଡର୍ଣ୍ଣା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଭବିଷ୍ୟତର ବିପଦକୁ ଦୃଷ୍ଟିରେ ରଖି ଓମିକ୍ରନ୍ ପାଇଁ ବୁଷ୍ଟର ଡୋଜକୁ ବିକଶିତ କରାଯାଇଛି ।