କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ଏହି ବୈଠକ ଗୁରୁବାର ଅପରାହ୍ନ ୪.୩୦ ରେ ହେବ ବୋଲି ସୂଚନା ମିଳିଛି । ବୈଠକରେ ବଢୁଥିବା କରୋନା ସଂକ୍ରମଣ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ।

Advertisment

କହିରଖୁ କି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ଦେଶବାସୀ ଚିନ୍ତାରେ ପଡିଛନ୍ତି । ଏହାରି ମଧ୍ୟରେ ଗତ ୨୪ ଘଂଟା ମଧ୍ୟରେ ଦେଶରୁ ୧,୯୪,୭୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୦,୭୦,୫୧୦ କୁ ବୃଦ୍ଧି ପାଇଛି । ଅନ୍ୟପଟେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୬୮ କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଏବେ ଦେଶରେ ୯,୫୫,୩୧୯ ଆକ୍ଟିଭ ମାମଲା ରହିଛି । ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ୪୪୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମଣରେ ୪,୮୪,୬୫୫ ରେ ପହଂଚିଛି ।

ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବିଚାରକୁ ନିଆଯିବ ତେବେ ଦେଶରେ ମୋଟ ୪,୮୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୦୫ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ଏବେ ଦେଶରେ ସଂକ୍ରମଣ ହାର ୧୧.୦୫ ପ୍ରତିଶତକୁ ବୃଦ୍ଧି ପାଇଛି ଯାହାକି ଡିସେମ୍ବର ୩୦ ସୁଦ୍ଦା ୧.୧ ପ୍ରତିଶତ ଥିଲା । ଅନ୍ୟପଟେ ଯଦି ପୂରା ଦେଶକୁ ହିସାବକୁ ନେବା ତେବେ ଅନେକ ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢିଚାଲିଥିବା ବେଳେ ମାତ୍ର ନିର୍ଦ୍ଧିଷ୍ଠ କିଛି ଦେଶରେ ସଂକ୍ରମଣ ହାର କମିବାରେ ଲାଗିଛି ।