କନକ ବ୍ୟୁରୋ : ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଛତିଶଗଡ଼ ସୀମାନ୍ତ ଅଂଚଳରେ ଅଧିକ ସଜାଗ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ବରଗଡ଼ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଅମ୍ବାଭୋନା ପୋଲିସ ପକ୍ଷରୁ ଛତିଶଗଡ ସୀମାନ୍ତବର୍ତ୍ତୀ ରୁଚିଦା ତନଖି ଫାଟକ ଯାଂଚ କଡାକଡ଼ି ଆରମ୍ଭ ହୋଇଯାଇଛି ।
ଛତିଶଗଡ଼ର ବିଭିନ୍ନ ପ୍ରାନ୍ତ ଓ ବରଗଡ଼ରୁ ଆସୁଥିବା ଯାନବାହନ ଅଟକାଇ ମାସ୍କ ଯାଂଚ କରୁଛନ୍ତି । ଏଥି ସହ ଲୋକଙ୍କୁ ସଚେତନ କରି ମାସ୍କ ବିତରଣ କରିଥିଲେ । ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହିତ କରୋନା କବଳରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ଏଥିରେ ରୁଚିଦା ଗାଁର ଆଶା କର୍ମୀମାନେ ନିୟୋଜିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/22-24.jpg)