କନକ ବ୍ୟୁରୋ : କରୋନା ହୋଇଥିଲା କି ନାହିଁ ଜଣାନାହିଁ । କାରଣ କରୋନା ପରୀକ୍ଷା କେବେ କରାଇନଥିଲେ । ହେଲେ କରୋନା ସଂକ୍ରମଣ ଭୟରେ ସାହିପଡିଶା ପାଖ ମାଡିଲେ ନାହିଁ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖୁର୍ସାପାଲିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ପୁନଉ ମାଝୀ ପ୍ରାୟ ୧୫ଦିନ ଧରି ଅସୁସ୍ଥ ଥିବାବେଳେ ଘରେ ରହି ଚିକିତ୍ସିତ ହେଉଥିଲେ ।

Advertisment

ଗତ ୧ ତାରିଖରେ ତାଙ୍କ ମୃତ୍ୟୁ ହୋଇଯିବା ପରେ, ସଂକ୍ରମଣ ଭୟରେ କେହି ପାଖ ପଡିଶା ଆସିନଥିଲେ । କରୋନା ଭୟରୁ କେହି ନଆସୁବାରୁ ପ୍ରାୟ ୫ ଘଂଟା ଧରି ଶବ ପଡିରହିଥିଲା । ତେବେ ତାଙ୍କର କେହି ପୁଅ, ଝିଅ ନଥିବାରୁ ପୁତୁରା ଆସି ଶବକୁ କାନ୍ଧରେ ବୋହି ଶ୍ମଶାନକୁ ନେଇଥିଲେ । ଏହି ଚିତ୍ର ସାମ୍ନାକୁ ଆସିବା ପରେ ପ୍ରଶାସନିକ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଥିଲା । ହେଲେ ସ୍ଥାନୀୟ ଏବିଡିଓ କହିଛନ୍ତି, କୋଭିଡ ସଂକ୍ରମଣ କିମ୍ବା ମୃତ୍ୟୁ ନୋଇ କୌଣସି ଖବର ଦିଆଯାଇନଥିଲା । ଖବର ମିଳିଥିଲେ ସେ ପ୍ରଶାସନକି ବିଧି ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନେଇଥାନ୍ତେ ।