ଆଜିଠୁ କଡାକଡି ହେବ କରୋନା କଟକଣା । ଭିଡ ଜାଗା ଉପରେ ରହିବ ନଜର, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ।

1,039

କନକ ବ୍ୟୁରୋ : ଆଜି ଠାରୁ ରାଜଧାନୀରେ ପୁଣି ଥରେ କଡ଼ାକଡ଼ି ହେବାକୁ ଯାଉଛି କରୋନା କଟକଣା । ମାସ୍କ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ହାଟ, ମଲ୍, ଓ ବିଭିନ୍ନ ଦୋକାନଗୁଡ଼ିକୁ ଟାର୍ଗେଟ କରାଯାଇଛି । ସ୍ୱତନ୍ତ୍ର ଦଳ ଏହି ସବୁ ଭିଡ଼ ଜାଗା ଉପରେ ନଜର ରଖିବ । ଆବଶ୍ୟକ ପଡ଼ିଲେ ମାମଲା ମଧ୍ୟ ରୁଜୁ ହେବ । କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟକୁ ସଚେତନ କରାଇଛନ୍ତି ସରକାର । ଯଦି ସଚେତନତା ନରହିବ ତେବେ ପୁଣି ଥରେ ରାଜ୍ୟରେ ଲକଡାଉନ ଲାଗୁ ହୋଇପାରେ ବୋଲି କହିଥିଲେ ଡିଏମଇଟି ନିର୍ଦ୍ଦେଶକ ।

ସେପଟେ ଡବଲ ହେଲମେଟ ହେଉ ବା କରୋନା କଟକଣା, ରାଜଧାନୀବାସୀ ବିଭିନ୍ନ କଟକଣାରେ ସହଯୋଗ କରିଛନ୍ତି । ଏଣୁ ଆଗକୁ ଏହି କରୋନା କଟକଣାକୁ ନେଇ ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି ଡିସିପି ଉମାଶଙ୍କର ଦାଶ । ଲୋକଙ୍କୁ ସଚେତନ କରିବା ପାଇଁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ପ୍ରତ୍ୟେକ ଜୋନ୍ ଏସିପିଙ୍କ ଅଧୀନରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପ୍ରତ୍ୟେକ ଦିନ ୨ଶହ ଚାଲାଣ କରିବାକୁ ଟାର୍ଗେଟ କରାଯାଇଛି ।