ପ୍ରଚାର ବେଳେ ସବୁ ଖୋଲା । କରୋନା କଟକଣା ମାନୁନଥିଲେ ନେତା ଓ ଜନତା । ହେଲେ କଡ଼ା କଟକଣା ଭିତରେ ଆସନ୍ତାକାଲି ପଡ଼ିବ ଭୋଟ । ଧାଡି଼ରେ ରହିବ ୬ ଫୁଟର ଦୂରତା । ହେବ ଥର୍ମାଲ ସ୍କ୍ରିନିଂ, ପିପିଇ କିଟ୍ ପିନ୍ଧିବେ ପୁଲିଂ କର୍ମଚାରୀ

91

କନକ ବ୍ୟୁରୋ : ଆସନ୍ତାକାଲି ପଡିବ ବାଲେଶ୍ୱର-ତିର୍ତୋଲ ଉପନିର୍ବାଚନ ଭୋଟ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଭୋଟରଙ୍କ ସୁବିଧା ପାଇଁ ବୁଥ ସଂଖ୍ୟା ବଢ଼ାଯାଇଛି । ଗୋଟିଏ ବୁଥରେ ହଜାରେ ଭୋଟର ମତ ସାବ୍ୟସ୍ତ କରିପାରିବେ । ବାଲେଶ୍ୱରରେ ୧୯୮ ବୁଥ୍ ଥିଲା ବେଳେ ଏବେ ବଢ଼ି ୩୪୬ ରହିଛି । ସେହିପରି ତିର୍ତୋଲରେ ୨୬୫ ବୁଥ ଥିବା ବେଳେ ଏବେ ୩୭୩କୁ ବୃଦ୍ଧି ହୋଇଛି ।

ପୋଲିଂ ବୁଥ ଗୁଡ଼ିକୁ ବିଶୋଧନ କରାଯାଉଛି । ସାମାଜିକ ଦୂରତା ରଖି ଭୋଟର ଭୋଟ ଦେବେ ଏହା ସହ ଭୋଟ ବେଳେ ଭୋଟରଙ୍କୁ ଦିଆଯିବ ଗ୍ଲୋବ୍ସ ମଧ୍ୟ ଦିଆଯିବ । ଡ଼୍ୟୁଟି ଅଫିସର ପିପିଇ କିଟ ବୁଥରେ ଉପସ୍ଥିତ ରହିବେ । ଯଦି କାହା ପାଖରେ ଭୋଟର କାର୍ଡ଼ ନାହିଁ ତେବେ ବାକି ପରିଚୟ ପତ୍ର ନେଇ ପାରିବେ । ଭୋଟ ସ୍ଲିପ ପରିଚୟ ପତ୍ର ଭାବେ କାମ କରିବ । ବାଲେଶ୍ୱରରେ ୮୬ ସମ୍ବେଦନଶୀଳ ବୁଥ ଥିବା ବେଳେ ତିର୍ତୋଲରେ ୧୫୫ଟି ରହିଛି ।

ପ୍ରଚାର ବେଳେ ଭିଡ଼ ରୋକିବାକୁ କେହି ନଥିବା ବେଳେ ଭୋଟ ଦେବା ପାଇଁ ଲାଗୁ ହୋଇଛି କଟକଣା । ଭୋଟରମାନେ ଧାଡ଼ିରେ ଛିଡ଼ା ହେବା ପାଇଁ ମତଦାନ କେନ୍ଦ୍ର ଆଗରେ ୬ ଫୁଟ ଦୂରତାରେ ଗୋଲେଇ ଟଣା ଯାଇଛି । ଅର୍ଥାତ ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ନିୟମ ମୁତାବକ ୬ ଫୁଟ ଦୂରତା ରହିବ ।

ପ୍ରତ୍ୟେକ ମତଦାନ କେନ୍ଦ୍ରର ଭିତର ଓ ବାହାରକୁ ସାନିଟାଇଜ୍ କରାଯିବ । ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ । ତେବେ ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ମତଦାନ ବେଳେ ଭିଡ଼ କମାଇବା ପାଇଁ ମତଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇଛି । ବାଲେଶ୍ୱରରେ ୧୯୮ ବୁଥ୍ ଥିବା ବେଳେ ୩୪୬କୁ ବୃଦ୍ଧି କରାଯାଇଛି ।

ସେହିପରି ତିର୍ତ୍ତୋଲରେ ୨୬୫ ବୁଥ ଥିବା ବେଳେ ୩୭୩କୁ ବୃଦ୍ଧି ହୋଇଛି । ଯଦି କାହା ପାଖରେ ଭୋଟ ପରିଚୟ ପତ୍ର ନାହିଁ ତେବେ ଅନ୍ୟ ପରିଚୟ ପତ୍ର ଦେଇ ଭୋଟ ଦେଇ ପାରିବେ । ସେପଟେ ବାଲେଶ୍ୱରରେ ୮୬ ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଥିବା ବେଳେ ତିର୍ତୋଲରେ ୧୫୫ଟି ସମ୍ବେଦନଶୀଳ ବୁଥ ରହିଛି । ଆଇନଶୃଙ୍ଖଳା ରକ୍ଷା ପାଇଁ ୯୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୨୫୧ ପୁଲିସ ଅଧିକାରୀଙ୍କୁ ମୂତୟନ କରାଯାଇଛି । ଏହା ସହ ପଇଁତରା ଦେବେ ୬ କଂପାନୀ ସିଆରପିଏଫ୍ ଯବାନ । ଆଉ ସିସିଟିଭି କ୍ୟାମେରା ନଜରରେ ରହିବ ପ୍ରତ୍ୟେକ ମତଦାନ କେନ୍ଦ୍ର ।