କନକ ବ୍ୟୁରୋ: କୋଭିଡ କଟକଣା ସହିତ ପଂଚାୟତ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଏହି ସମୟରେ ଶାସକ ଦଳର ବିଧାୟକ କୋଭିଡ ନିୟମକୁ ଉଲଂଘନ କରିଥିବା ଅଭିଯୋଗ ହୋଇଛିି । ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଧାୟକ ଉମାକାନ୍ତ ସାମନ୍ତରାୟ ଖୋଦ୍ ଏହି ନିୟମକୁ ଉଲଂଘନ କରିଥିବା ଦେଖିବାକୁ ମିଳିଛି ।

Advertisment

ସୋଶିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରୁ ଜଣାପଡିଛି ଯେ କଣାସ ବ୍ଲକ ଅନ୍ତର୍ଗତ ବିଜିପୁର ନନ୍ଦିଗୋଦା ଛକରେ ଥିବା ଗୋଟିଏ ଘରେ ଅନେକ ଲୋକ ଏକାଠି ହୋଇଛନ୍ତି । ଏହି ଲୋକଙ୍କ ମଧ୍ୟରେ ବିଜେଡି ବିଧାୟକ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ବିଧାୟକ ଫୋନରେ କଥା ହେଉଥିବା ବେଳେ ଦୁଇ ଜଣ ବ୍ୟକ୍ତି କିଛି ଜିନିଷ ପରସ୍ପରକୁ ଦେଉଥିବାର ସ୍ପଷ୍ଟ ଦେଖାଯାଉଛି । ସୋଶିଆଲ ମିଡିଆରେ ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି ।