କନକ ବ୍ୟୁରୋ: ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୦ହଜାର ୯୫୩ଟି ନୂଆ କରୋନା ସଂକ୍ରମଣ ମାମଲା ସାମନାକୁ ଆସିଛି । ନଭେମ୍ବର ୨୯ , ୨୦୨୦ ପରଠାରୁ ଏହା ଦିନିକିଆ ସଂକ୍ରମଣରେ ସର୍ବାଧିକ । ଗତ ସପ୍ତାହେ ଧରି ଭାରତରେ ପ୍ରତିଦିନ ୨୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଆସୁଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟର ସୂଚନା ଅନୁସାରେ କରୋନା ସଂକ୍ରମଣର ଉପରମୁହାଁ ଗ୍ରାଫ ବିଶେଷକରି ୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ପରିଲକ୍ଷିତ ହୋଇଛି । ଏହା ଭିତରେ ସାମିଲ ଅଛି ଦିଲ୍ଲୀ ଏବଂ ମହାରାଷ୍ଟ୍ର । ଏଥିସହ ସାରା ଦେଶରେ ଥିବା ସଂକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ ୭୬.୨୨ ପ୍ରତିଶତ ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ ବୋଲି କହିଛନ୍ତି ମନ୍ତ୍ରଣାଳୟ । ମହାରାଷ୍ଟ୍ରର ୬୨ ପ୍ରତିଶତ ହୋଇଥିବା ବେଳେ କେରଳର ୮ ଦଶମିକ ୮୩ ପ୍ରତିଶତ ଓ ପଂଜାବର ୫ ଦଶମିକ ୩୬ ପ୍ରତିଶତ ସକ୍ରିୟ ସଂକ୍ରମିତ ରହିଛନ୍ତି ।
ମହାରାଷ୍ଟ୍ରର ୫ଟି ଜିଲ୍ଲାର ସକ୍ରିୟ ସଂକ୍ରମିତ ଥିବା ଜିଲ୍ଲା ଉପରେ ନଜର ପକାନ୍ତୁ..
- ପୁନେ - ୩୭,୩୮୪
- ନାଗପୁର - ୨୫,୮୬୧
- ମୁମ୍ବାଇ - ୧୮,୮୫୦
- ଥାଣେ - ୧୬,୭୩୫
- ନାସିକ - ୧୧,୮୬୭
କେରଳର ୫ଟି ଜିଲ୍ଲାର ସକ୍ରିୟ ସଂକ୍ରମିତ ଥିବା ଜିଲ୍ଲା ଉପରେ ନଜର ପକାନ୍ତୁ..
- ଏର୍ଣ୍ଣାକୁଲମ ୨୬୭୩
- ପଥନମ୍ମଥିଟ୍ଟା ୨୪୮୨
- କନ୍ନୁର ୨୨୬୩
- ପଲ୍ଲକଡ ୨୧୪୭
- ଥ୍ରୀସୁର ୨୦୬୫
ପଂଜାବର ୫ଟି ଜିଲ୍ଲାର ସକ୍ରିୟ ସଂକ୍ରମିତ ଥିବା ଜିଲ୍ଲା ଉପରେ
- ଜଳନ୍ଧର ୨୧୩୧
- ଶାସ ନଗର ୧୮୬୮
- ପଟିଆଲା ୧୬୮୫
- ଲୁଧିୟାନା ୧୬୪୩
- ହୋସିୟାରପୁର ୧୫୭୨
୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ମଧ୍ୟରେ ରହିିଛି ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀô, ଗୁଜରାଟ, କର୍ଣ୍ଣାଟକ, ହରିଆଣା । କେରଳରେ କରୋନା ମିଟର ତଳକୁ ତଳକୁ ଯାଉଛି । ନଜର ପକାନ୍ତୁ କୋଭିଡ ମୃତ୍ୟୁ ଉପରେ...
- ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୮୮ଜଣଙ୍କ ମୃତ୍ୟୁ ହୋଇଛି
- ଦେଶରେ କୋଭିଡ ମୃତ୍ୟୁର ୮୧.୩୮ ପ୍ରତିଶତ ୫ଟି ରାଜ୍ୟରେ ହୋଇଛି
- ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ସର୍ବାଧିକ ୭୦ ମୃତ
- ପଞ୍ଜାବରେ ୩୮ ମୃତ
- କେରଳରେ ୧୭ଜଣଙ୍କ ମୃତ୍ୟୁ
ଏହାରି ଭିତରେ ବେଶ ସଫଳତାର ସହ ଆଗେଇ ଚାଲିଛି ଟିକାକରଣ ପ୍ରକ୍ରିୟା । ୪କୋଟି ଲୋକ କୋଭିଡ ଟିକା ନେଇସାରିଛନ୍ତି । ୮ଟି ରାଜ୍ୟରେ ୬୦ ପ୍ରତିଶତ ଟିକାକରଣ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି । ଏହି ରାଜ୍ୟ ମଧ୍ୟରେ ରହିଛି କେରଳ, କର୍ଣ୍ଣାଟକ, ଓଡିଶା, ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର , ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ।