କନକ ବ୍ୟୁରୋ: ରାଜ୍ୟରେ ଆଜି ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡର ନୂଆ ପ୍ରଜାତି ଜେଏନ ଡଟ୍ ୱାନ ଯୋଗୁଁ, ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ଏପର୍ଯ୍ୟନ୍ତ ଓଡି଼ଶାରେ ନୂଆ ମାମଲା ଚିହ୍ନଟ ହୋଇନଥିଲା । କିନ୍ତୁ ଗତ ୨୪ ଘଂଟାରେ ଓଡି଼ଶାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ ରୋଗୀ ଜଣକ ସୁସ୍ଥ ଅଛନ୍ତି ଏବଂ ସେ ଘରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି । ତେଣୁ ଥଣ୍ଡା, କାଶ ଭଳି ଲକ୍ଷଣ ଦେଖାଗଲେ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଆକ୍ରାନ୍ତଙ୍କ ଠାରୁ ସଂଗୃହିତ ନମୂନାର ଜେନମ ସିକ୍ୱେନସିଂ ପାଇଁ ପଠାଯାଇଛି । ରିିପୋର୍ଟ ଆସିବା ପରେ ତାହା JN.1 ଭୂତାଣୁ କି ନୁହେଁ ଜଣାପଡ଼ିବ । ଯଦିଓ କରୋନାର ନୂଆ ଭାରିଆଂଟ JN.1 ଭୂତାଣୁ ଏତେଟା ମାରାତ୍ମକ ନୁହେଁ, ତଥାପି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି

Advertisment

ବୟସ୍କମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧନ୍ତୁ
ଏକାଧିକ ରୋଗରେ ଆକ୍ରାନ୍ତଙ୍କ ପାଇଁ ମାସ୍କ ଜରୁରୀ
ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ସରକାରଙ୍କ ପରାମର୍ଶ

ଯଦିଓ କରୋନାର ନୂଆ ପ୍ରଜାତି ଏତେ ମାରାତ୍ମକ ନୁହେଁ ବୋଲି କୁହାଯାଉଛି, କିନ୍ତୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୭୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ନଜର ପକାନ୍ତୁ ଗତ ୩ ଦିନର କରୋନା ସଂକ୍ରମଣ ଉପରେ ।

ତାରିଖ ନୂଆ ସଂକ୍ରମଣ ସକ୍ରିୟ ଆକ୍ରାନ୍ତ
୨୩ ଡିସେମ୍ବର ୭୫୨ ୩୪୨୦
୨୨ ଡିସେମ୍ବର ୬୪୦ ୨୯୯୭
୨୧ ଡିସେମ୍ବର ୩୫୮ ୨୬୬୯

୨୪ ଘଂଟା ଭିତରେ କରୋନା ସଂକ୍ରମଣରେ ୫୨ ପ୍ରତିଶତ ବୃଦ୍ଧି ହୋଇଛି । ଆଗକୁ ବଡଦିନ, ନୂଅବର୍ଷ ଭଳି ଉତ୍ସବ ଥିବାରୁ ଲୋକଙ୍କ ଭିଡ ଜମିଲେ ସଂକ୍ରମଣ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଉଥିବାବେଳେ ସତର୍କ ନହେଲେ ଆଗକୁ କଡା ଗାଇଡଲାଇନ ଆସିବା ସମ୍ଭାବନା ରହିଛି ।