କରୋନା ପାଇଁ ବଢୁଛି କଟକଣା । ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ମାସ୍କ ଚେକିଂ । ଯାଜପୁରର ବ୍ୟାସ ସରୋବର ମେଳାକୁ ବନ୍ଦ କଲା ପ୍ରଶାସନ ।

125

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରକୁ ନେଇ ବଢୁଛି ଭୟ  । କେମିତି ଲୋକେ ସାମାଜିକ ଦୂରତା ବଜାୟ ରଖିବେ, କେମିତି ଘରୁ ବାହାରିବା ମାତ୍ରେ ମାସ୍କ ପରିଧାନ କରିବେ ସେନେଇ ଲୋକଙ୍କୁ ସଚେତନ କରିଛି ମହାନଗର ନିଗମ । କରୋନା ଆରମ୍ଭରୁ ଯେମିତି ଲୋକେ ଘରୁ ମାସ୍କ ପିନ୍ଧି ବାହାରୁଥିଲେ ସେମିତି ମାସ୍କ ପିନ୍ଧିବା ଦେଖାଯାଉନି । ଚେକିଂ ଦାୟିତ୍ୱରେ ଥିବା ଏନଫୋର୍ସମେଂଟ ସ୍କ୍ୱାର୍ଡ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ କରାଇଛି ।

କରୋନା ଚିନ୍ତା ବଢୁଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ  ଯେଉଁ ଚର୍ଚ୍ଚା ଚାଲିଥିଲା , ତା ଉପରେ ପୁଣି ପୂର୍ଣ୍ଣଚ୍ଛେଦ ଲାଗିଯାଇଛି । ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ କହିଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ କୌଣସି ନୀତିଗତ ନିଷ୍ପତି ହୋଇନାହିଁ ।

ଏପଟେ କରୋନା ପାଇଁ ବ୍ୟାସ ସରୋବର ମେଳା ବନ୍ଦ କରିଛି ଯାଜପୁର ପ୍ରଶାସନ । ପବିତ୍ର ଭୌମ୍ୟ ଏକାଦଶୀରେ ଆରମ୍ଭ ହୋଇଥାଏ ବ୍ୟାସ ସରୋବର ମେଳା । ଚଳିତ ବର୍ଷ କରୋନା କାରଣରୁ  ଏହାକୁ ବନ୍ଦ କରାଯାଇଛି । ମେଳା ମହୋତ୍ସବ ବନ୍ଦ ଥିବା ବେଳେ କେବଳ ସୀମିତ ସଂଖ୍ୟ ଭକ୍ତ ଠାକୁର ଦର୍ଶନ କରି ଗୁପ୍ତ ଗଙ୍ଗାର ଜଳ ସିଂଚନ କରି ପୂଣ୍ୟ ଅର୍ଜନ କରିଛନ୍ତି । ପୂର୍ବରୁ ନିଆଳି ମାଧବାନନ୍ଦଜୀଉ ମନ୍ଦିର ଓ ନେମାଳ ଅଚ୍ୟୁତାନନ୍ଦ ମହାପୁରୁଷ ଗାଦିରେ ୧୪୪ ଧାରା ଜାରି ହୋଇଛି ।