କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରକୁ ନେଇ ବଢୁଛି ଭୟ । କେମିତି ଲୋକେ ସାମାଜିକ ଦୂରତା ବଜାୟ ରଖିବେ, କେମିତି ଘରୁ ବାହାରିବା ମାତ୍ରେ ମାସ୍କ ପରିଧାନ କରିବେ ସେନେଇ ଲୋକଙ୍କୁ ସଚେତନ କରିଛି ମହାନଗର ନିଗମ । କରୋନା ଆରମ୍ଭରୁ ଯେମିତି ଲୋକେ ଘରୁ ମାସ୍କ ପିନ୍ଧି ବାହାରୁଥିଲେ ସେମିତି ମାସ୍କ ପିନ୍ଧିବା ଦେଖାଯାଉନି । ଚେକିଂ ଦାୟିତ୍ୱରେ ଥିବା ଏନଫୋର୍ସମେଂଟ ସ୍କ୍ୱାର୍ଡ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ କରାଇଛି ।
କରୋନା ଚିନ୍ତା ବଢୁଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା , ତା ଉପରେ ପୁଣି ପୂର୍ଣ୍ଣଚ୍ଛେଦ ଲାଗିଯାଇଛି । ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ କହିଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ କୌଣସି ନୀତିଗତ ନିଷ୍ପତି ହୋଇନାହିଁ ।
ଏପଟେ କରୋନା ପାଇଁ ବ୍ୟାସ ସରୋବର ମେଳା ବନ୍ଦ କରିଛି ଯାଜପୁର ପ୍ରଶାସନ । ପବିତ୍ର ଭୌମ୍ୟ ଏକାଦଶୀରେ ଆରମ୍ଭ ହୋଇଥାଏ ବ୍ୟାସ ସରୋବର ମେଳା । ଚଳିତ ବର୍ଷ କରୋନା କାରଣରୁ ଏହାକୁ ବନ୍ଦ କରାଯାଇଛି । ମେଳା ମହୋତ୍ସବ ବନ୍ଦ ଥିବା ବେଳେ କେବଳ ସୀମିତ ସଂଖ୍ୟ ଭକ୍ତ ଠାକୁର ଦର୍ଶନ କରି ଗୁପ୍ତ ଗଙ୍ଗାର ଜଳ ସିଂଚନ କରି ପୂଣ୍ୟ ଅର୍ଜନ କରିଛନ୍ତି । ପୂର୍ବରୁ ନିଆଳି ମାଧବାନନ୍ଦଜୀଉ ମନ୍ଦିର ଓ ନେମାଳ ଅଚ୍ୟୁତାନନ୍ଦ ମହାପୁରୁଷ ଗାଦିରେ ୧୪୪ ଧାରା ଜାରି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/22-16.jpg)